ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳା ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରକୁ ଜୋରଦାର ଆକ୍ରମଣ କରିଛନ୍ତି ।ବିଜେପି ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ପରେ ଅପରାଧ ଲୁଟ ଆତଙ୍କରାଜର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କଟାକ୍ଷ କରିଛନ୍ତି ।
ପ୍ରତ୍ୟେକ ଦିନ ରାଜ୍ୟରେ ଦୁଷ୍କର୍ମ,ହତ୍ୟାକାଣ୍ଡ ଛୋଟ ଶିଶୁ ମଧ୍ୟ ଦୁଷ୍କର୍ମର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି । ବିଜେପି ଶାସନ ସମୟରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧର ପରିମାଣ ବୃଦ୍ଧି ପାଇଛି । ପ୍ରିୟଙ୍କା ଗାନ୍ଧୀ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଲୋକଙ୍କ ସମସ୍ୟା ଉପରେ ପଶୁ ଗୁହାଳ ପଇସା ପ୍ରଦାନରେ ବିଳମ୍ବ , ଆଖୁଚାଷୀ, ଧାନ ବିହନ ପ୍ରଦାନରେ ଅବହେଳା, ବୁନ୍ଦେଲଖଣ୍ଡ ଅଞ୍ଚଳର ଚାଷୀ ଆତ୍ମହତ୍ୟା ଆଦିକୁ ନେଇ ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସରକାରଙ୍କ ପ୍ରଶ୍ନ କରିଛନ୍ତି ।