ଓଡିଶା

odisha

ETV Bharat / bharat

ଲଲ୍ଲୁଙ୍କ ଜାମିନ ଦାବି କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା - ଅଜୟ କୁମାର ଲାଲୁ

ଉତ୍ତରପ୍ରଦେଶ ୟୁନିଟ୍ ସଭାପତି ଅଜୟ କୁମାର ଲଲ୍ଲୁଙ୍କ ଜାମିନ ଦାବି କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

priyanka gandhi
ଲଲ୍ଲୁଙ୍କ ଜାମିନ ଦାବି କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

By

Published : Jun 7, 2020, 12:35 PM IST

ନୂଆଦିଲ୍ଲୀ: ଅଜୟ କୁମାର ଲଲ୍ଲୁଙ୍କ ଜାମିନ ଦାବି କଲେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ହେଉଛନ୍ତି ଉତ୍ତରପ୍ରଦେଶ ୟୁନିଟର ସଭାପତି । ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ଲୋକଙ୍କ ସେବା ପାଇଁ ତାଙ୍କୁ ଜେଲରେ ରଖାଯାଇଛି ।

ପ୍ରିୟଙ୍କା ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ଗାନ୍ଧିଜୀ ଆମକୁ ଶିଖାଇଥିଲେ ଯେ ଦମନ କରୁଥିବା ଲୋକ ଆମକୁ ଭଲ କାମ କରିବାରେ ବାଧା ସୃଷ୍ଟି କରିବେ । ଏଣୁ ଆପଣ ସତର ସହ ଅଡି ରହିବେ ।ଏଥିସହ ସେ ଅଭିଯୋଗ କରିଛନ୍ତି, ଉତ୍ତରପ୍ରଦେଶରେ କଂଗ୍ରେସ ସଭାପତି ଅଜୟ ଜୀ ଲୋକଙ୍କ ସେବା କରିଥିବା କାରଣରୁ ତାଙ୍କୁ ଜେଲ ପଠାଯାଇଛି । ସେବା ସତ୍ୟାଗ୍ରହ ମାଧ୍ୟମରେ ଆମେ ଏହି ଦମନକୁ ବିରୋଧ କରୁଛୁ ବୋଲି ପ୍ରିୟଙ୍କା କହିଛନ୍ତି ।

ସେହିପରି ଗତ ଶନିବାର କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ସେବା ସତ୍ୟାଗ୍ରହ ଅଭିଯାନର ଏକ ଅଂଶ ଭାବରେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଲଲ୍ଲୁଙ୍କୁ ଜାମିନ ଦେବାପାଇଁ ଦାବି କରିଥିଲେ । ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି, କଣ ଜନସେବା କରିବା ପାପ ? କଣ ଶ୍ରମିକଙ୍କ ସହ ଠିଆ ହେବା ଅପରାଧ ? କଣ ଶ୍ରମିକଙ୍କୁ ଘରେ ଛାଡିବା ପାପ ଅଟେ ? ଯଦି ନୁହେଁ ତେବେ ଅଜୟଙ୍କୁ ଏକଛତ୍ରବାଦୀ ବିଜେପି ସରକାରଙ୍କ ଦ୍ବାରା ଜେଲ କଣ ପାଇଁ ପଠାଗଲା । ତାଙ୍କୁ ତୁରନ୍ତ ଛଡାଯାଉ ।

ପ୍ରକାଶ ଥାଉକି, ଲକଡାଉନ ସମୟରେ ଉତ୍ତରପ୍ରଦେଶ କଂଗ୍ରେସ କମିଟି ସଭାପତି ଲଲ୍ଲୁଙ୍କୁ ବସ ମାମଲାରେ ଗିରଫ କରାଯାଇଛି। ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ କଂଗ୍ରେସ ଦଳ ତାଙ୍କୁ ମୁକ୍ତ କରିବାକୁ ଦାବି କରୁଛି।

ABOUT THE AUTHOR

...view details