ଓଡିଶା

odisha

ETV Bharat / bharat

ଯୋଗୀଙ୍କ ଉପରେ ପ୍ରିୟଙ୍କାଙ୍କ ପ୍ରହାର: ‘ବଦଲା’ ନେବାଭଳି କାମ କରୁଛି ୟୁପି ପୋଲିସ - ଯୋଗୀ ସରକାରଙ୍କ ଉପରେ ପ୍ରିୟଙ୍କାଙ୍କ ପ୍ରହାର

ଲକ୍ଷ୍ନୌ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନରେ(ସିଏଏ ) ବିରୋଧରେ ପ୍ରଦର୍ଶନ ସମୟରେ ପୋଲିସ ଓ ଜିଲ୍ଲା ପ୍ରଶାସନ ଖୁଲମଖୁଲା ଭାବରେ ଅରାଜକତା ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ‘ବଦଲା’ ନିଆଯିବା ବୟାନ ପରେ ଏହାକୁ ଅମଳ କରିବାକୁ ଯାଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପ୍ରଦର୍ଶନକାରୀଙ୍କୁ ଦମନ କରିବା ପାଇଁ ଆକ୍ରମଣର ରାସ୍ତା ଆପଣାଇଛନ୍ତି।

priyanka gandhi attacks yogi adityanath
ଡିଜାଇନ ଫଟୋ

By

Published : Dec 30, 2019, 5:31 PM IST

ଲକ୍ଷ୍ନୌ: ବିଗତ କିଛି ଦିନ ଭିତରେ ଉତ୍ତରପ୍ରଦେଶ ରାଜନୀତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରସଙ୍ଗକୁ ନେଇକୁ ଝଡ ସୃଷ୍ଟି ହୋଇଛି। ଏହା ମଧ୍ୟରେ ସେ ରାଜଧାନୀ ଲକ୍ଷ୍ନୌ ଠାରେ ଏକ ପ୍ରେସ କନଫରେନ୍ସରେ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ୟୁପିରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନରେ ସମୟରେ ପୋଲିସ ଓ ପ୍ରଶାସନ ଖୁଲମଖୁଲା ଭାବରେ ଅରାଜକତା ସୃଷ୍ଟି କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ‘ବଦଲା’ ନିଆଯିବା ବୟାନ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପ୍ରଦର୍ଶନକାରୀଙ୍କୁ ଦମନ କରିବା ପାଇଁ ଆକ୍ରମଣର ରାସ୍ତା ଆପଣାଇଛି। ଦେଶର ଇତିହାସରେ ପ୍ରଥମ ଥର ଜଣେ ମୁଖ୍ୟମନ୍ତ୍ରୀ ଏଭଳି ଉତ୍ତେଜନାମୂଳକ ବୟାନ ଦେଇଥିବା ସେ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି ଯେ. କଂଗ୍ରେସ ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା, ଏହାକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କୁ ସମର୍ଥନ କରିବା ସହ ଜେଲ ଯାଇଥିବା ପ୍ରଦର୍ଶନକାରୀଙ୍କ କେସ ମଧ୍ୟ ଲଢିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଭିଡିଓ ସୌଜନ୍ୟ: ଏଏନଆଇ

ସିଏମ ଯୋଗୀଙ୍କ ଉପରେ ସେ ନିନ୍ଦା ବର୍ଷା କରିଛନ୍ତି। ଏନେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୈରିକ ବସ୍ତ୍ର ଧାରଣ କରିଛନ୍ତି। ଏହା କେବଳ ତାଙ୍କର ନୁହେଁ। ଗୈରିକ ରଙ୍ଗ ହିନ୍ଦୁସ୍ତାନର ଆଧ୍ୟାତ୍ମିକ ସଂସ୍କୃତି ଓ ହିନ୍ଦୁ ଧର୍ମର ପ୍ରତୀକ। କୃଷ୍ଣ, ରାମ ଓ ଶିବଙ୍କ ଦେଶରେ ହିଂସା ଓ ପ୍ରତିଶୋଧର ସ୍ଥାନ ନାହିଁ । ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ପ୍ରତିଶୋଧ ନେବା କଥା କହିନଥିଲେ। ପ୍ରତିଶୋଧର ଭାବନା ଏହି ମହାନ ଦେଶର ପରମ୍ପରାରେ ନାହିଁ। ଦେଶ ପ୍ରେମ କରୁଣା ଓ ଅହିଂସାର କଥା କହେ । ଯାହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୁଝିବା ଦରକାର ବୋଲି ସେ କହିଛନ୍ତି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନାଗରିକତା ସଂଶୋଧନ କାନୁନ ବିରୋଧରେ ସମୟରେ ହିଂସା ଦ୍ବାରା ପୋଲିସ ଓ ଜିଲ୍ଲା ପ୍ରଶାସନର ଅରାଜକତା ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସମ୍ପୂର୍ଣ୍ଣ ଘଟଣାରେ ଗୃହବିଭାଗ ଓ ୟୁପି ପୋଲିସ ଡିଜିପିଙ୍କ ଭୂମିକା ଯାଞ୍ଚ ହାଇକୋର୍ଟର ସିଟିଙ୍ଗ ଜଜ କିମ୍ବା ଅବସରପ୍ରାପ୍ତ ଜଜଙ୍କ ଦ୍ବାରା କରାଇବା ପାଇଁ ଦାବି କରିଛନ୍ତି।

ଏହାସହ ପ୍ରିୟଙ୍କା ଗାନ୍ଧୀ ସିଆରପିଏଫ୍‌ ରିପୋର୍ଟ ଉପରେ ପ୍ରଶ୍ନର ଉତ୍ତରକୁ ଟାଳି ଦେଇଥିଲେ। ସେ କହିଛନ୍ତି ଯେ, ତାଙ୍କ ସୁରକ୍ଷା ଏକ ଛୋଟ କଥା, ରାଜ୍ୟର ସୁରକ୍ଷା ସବୁଠାରୁ ବଡ ପ୍ରସଙ୍ଗ, ଏଭଳି ପ୍ରଶ୍ନ ଗୁରୁତ୍ବହୀନ। ଉଲ୍ଲେଖ ଯେ, ସିଆରପିଏଫ୍‌ ନିଜ ରିପୋର୍ଟରେ ପ୍ରିୟଙ୍କା ଗାନ୍ଧୀ ସୁରକ୍ଷା ସମ୍ବନ୍ଧୀୟ ପ୍ରୋଟକଲ ଉଲଂଘନ କରିଥିବା ଦର୍ଶାଇଛି।

ABOUT THE AUTHOR

...view details