ନୂଆଦିଲ୍ଲୀ: ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଗଣମାଧ୍ୟମକୁ ସାକ୍ଷାତକାର ଦେବ ସମୟରେ ସେ କହିଥିଲେ କି ମୋଦି ସରକାର ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଅର୍ଥକୁ କ୍ଷତିରେ ଚାଲୁଥିବା ବିଭିନ୍ନ କମ୍ପାନୀରେ ନିବେଶ କରୁଛନ୍ତି । ଏପରି କରି ସେ ଦେଶର ସାଧାରଣ ଲୋକଙ୍କ ସହିତ ଖେଳୁଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।
ଏଲଆଇସି ଅର୍ଥକୁ କ୍ଷତିଗ୍ରସ୍ତ କମ୍ପାନୀରେ ଲଗାଉଛନ୍ତି ମୋଦି ସରକାର: ପ୍ରିୟଙ୍କା ଗାନ୍ଧୀ - ଏଲଆଇସି
ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏଲଆଇସି ଅର୍ଥକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ସେ ।
ସେ ଟ୍ବିଟ କରି କହିଛନ୍ତି ଯେ ଭାରତରେ ବିଶ୍ବାସର ଅନ୍ୟ ନାମ ହେଉଛି ଭରସା । ଦେଶର ସାଧାରଣ ଲୋକ ନିଜର ପରିଶ୍ରମ ଓ ରୋଜଗାରକୁ ଭବିଷ୍ୟତ ପାଇଁ ଏଲଆଇସି ମାଧ୍ୟମରେ ସଞ୍ଚୟ କରି ରଖିଥାନ୍ତି । ମାତ୍ର ବିଜେପି ସରକାର ଲୋକଙ୍କ ଭରସା ଓ ବିଶ୍ବାସ ସହିତ ଖେଳି ତାହାକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି ପ୍ରିୟଙ୍କା ଟ୍ବିଟ କରିଛନ୍ତି।
ଏହା ସହିତ ସେ ପ୍ରଶ୍ନ କରିଛନ୍ତି କି, ଏହା କିଭଳି ନୀତି ଯାହା କ୍ଷତିର ନୀତି ସାବ୍ୟସ୍ତ ହେବାରେ ଲାଗିଛି। ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ମୁତାବକ ବର୍ତ୍ତମାନ ସମୟରେ ଅନେକ କମ୍ପାନୀ କ୍ଷତିରେ ଚାଲୁଛନ୍ତି। ସେହି ସବୁ କମ୍ପାନୀକୁ ବର୍ତ୍ତମାନର ସମୟରେ ଏଲଆଇସିର ପାଖାପାଖି 57,000 କୋଟି ଟଙ୍କା ଲଗାଯାଇଥିବା ଜଣାପଡ଼ିଛି।