ଓଡିଶା

odisha

By

Published : Sep 15, 2020, 12:59 PM IST

ETV Bharat / bharat

ଚୁକ୍ତିଭିତ୍ତିକ ସରକାରୀ ଚାକିରୀ! ଯୋଗୀ ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ

ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଯୋଗୀ ସରକାରଙ୍କୁ ପ୍ରିୟଙ୍କାଙ୍କ  ଟାର୍ଗେଟ
ଯୋଗୀ ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯୋଗୀ ସରକାର ଯୁବପିଢିଙ୍କ ଯନ୍ତ୍ରଣାରେ ମଲମ ନ ମାରି, ଯନ୍ତ୍ରଣାକୁ ଅଧିକ ବଢାଉଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଟ୍ବିଟ୍‌ରେ କହିଛନ୍ତି, ‘ଚୁକ୍ତି = ଚାକିରିରୁ ସମ୍ମାନନୀୟ ବିଦାୟ, 5 ବର୍ଷର ଚୁକ୍ତି = ଯୁବ ଅପମାନ ଆଇନ, ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଅତୀତରେ ଏଭଳି ଆଇନ ଉପରେ ତୀବ୍ର ମନ୍ତବ୍ୟ ଦେଇଛନ୍ତି। ଏହି ସିଷ୍ଟମ ଆଣିବାର ଉଦ୍ଦେଶ୍ୟ କ’ଣ ? ଯୁବପିଢିଙ୍କ ଯନ୍ତ୍ରଣାରେ ମଲମ ବଦଳରେ ଅଧିକ ଯନ୍ତ୍ରଣା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ’।

ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଥିଲେ ଯେ ବିଜେପି କେବଳ ରାଜନୈତିକ ସମ୍ପ୍ରସାରଣ ଏବଂ କ୍ଷମତା ଉପରେ ଏକଚାଟିଆ ବିକାଶକୁ ବିବେଚନା କରେ। ଏହି କାରଣରୁ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଅବରୋଧିତ ହୋଇଛି ଏବଂ ସମାଜବାଦୀ ସରକାର ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକୁ ବୃଦ୍ଧି କରିବା ପରିବର୍ତ୍ତେ ଧୀରେ ଧୀରେ ଶେଷ କରିବାକୁ ଷଡଯନ୍ତ୍ର କରାଯାଉଛି ।

ଅଖିଳେଶ ଯାଦବ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନୂତନ ନିୟମ ଲାଗୁ ହେବା ପରେ ମନୋନୀତ କର୍ମଚାରୀମାନେ ନିୟମିତ ସରକାରୀ ସୁବିଧାସୁଯୋଗ ପାଇବେ ନାହିଁ। ସରକାରୀ ସେବକ ଅନୁଶାସନ ଏବଂ ଆବେଦନ ନିୟମ 1999 ମଧ୍ୟ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଅର୍ଥାତ୍ ଏହି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କୌଣସି ଅଧିକାର ଏବଂ ଭବିଷ୍ୟତ ରହିବ ନାହିଁ । ସରକାର ଯେତେବେଳେ ଚାହିଁବେ ସେମାନଙ୍କୁ ବାହାର କରିପାରିବେ ।

ABOUT THE AUTHOR

...view details