ଓଡିଶା

odisha

By

Published : Apr 29, 2020, 11:50 AM IST

ETV Bharat / bharat

କୋରୋନା ଟେଷ୍ଟ ପାଇଁ ଅନ୍ୟରୋଗୀଙ୍କୁ ବାଧ୍ୟ କରିବନି ଘରୋଇ ହସ୍ପିଟାଲ

କୋରୋନା ସଂକ୍ରମଣ ଭୟରେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ପରେ କେନ୍ଦ୍ରର ତାଗିଦ । ଗୁରୁତର ଅନ୍ୟରୋଗୀଙ୍କୁ କୋରୋନା ଟେଷ୍ଟ ପାଇଁ ବାଧ୍ୟ କରିପାରିବେ ନାହିଁ ଘରୋଇ ହସ୍ପିଟାଲ । ଅଧିକ ପଢନ୍ତୁ...

ଅନ୍ୟରୋଗୀଙ୍କୁ କୋରୋନା ଟେଷ୍ଟ ପାଇଁ ବାଧ୍ୟ କରିପାରିବେନି ଘରୋଇ ହସ୍ପିଟାଲ
ଅନ୍ୟରୋଗୀଙ୍କୁ କୋରୋନା ଟେଷ୍ଟ ପାଇଁ ବାଧ୍ୟ କରିପାରିବେନି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଯୋଗୁଁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଅବହେଳା । କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କେନ୍ଦ୍ର ସମସ୍ତ ବେସରକାରୀ ହସ୍ପିଟାଲଗୁଡିକୁ କଡା ତାଗିଦ କରିଛନ୍ତି । ପୂର୍ବ ପରି ଡାକ୍ତରଖାନାଗୁଡିକ କାର୍ଯ୍ୟ ଜାରି ରଖିବେ । ଏପରିକି ପ୍ରତ୍ୟେକ ରୋଗୀଙ୍କ କୋରୋନା ଟେଷ୍ଟିଂ କରିବାକୁ ମଧ୍ୟ ବାଧ୍ୟ କରିପାରିବେ ନାହିଁ ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ସମସ୍ତ ରାଜ୍ୟ ସଚିବମାନଙ୍କୁ ଏକ ଚିଠି ଲେଖିଛନ୍ତି । ସରକାର ଅନେକ ଘରୋଇ ଡାକ୍ତରଖାନା ଡାଏଲିସିସ୍, ରକ୍ତଦାନ, କେମୋଥେରାପି ଏବଂ ପ୍ରସବ ଭଳି ଗୁରୁତ୍ବପୂର୍ଣ୍ଣ ସେବା ଏପରିକି ନିୟମିତ ରୋଗୀଙ୍କ ଚିକିତ୍ସା କରିବାରେ ଦ୍ବିଧା ପ୍ରକାଶ କରୁଛନ୍ତି । ଏହା ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ, ଡାକ୍ତରଖାନା ଓ କ୍ଲିନିକ ଗୁଡିକ ସେବା ପ୍ରଦାନ କରିବା ପୂର୍ବକୁ କୋଭିଡ-19 ଟେଷ୍ଟିଂ କରିବାକୁ ବାଧ୍ୟ କରାଯାଉଛି ।

ତେଣୁ ଯେଉଁମାନଙ୍କ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତର ରହିଛି ସେମାନଙ୍କୁ ସେବା ଯୋଗାଇ ଦିଆଯିବ। ବିଶେଷ କରି ବେସରକାରୀ ସଂସ୍ଥାଗୁଡିକ ଲକଡାଉନ ସମୟରେ ଖୋଲା ରହିବ ଏବଂ ଜରୁରୀ ସେବା ପ୍ରଦାନ କରିବେ ।

ABOUT THE AUTHOR

...view details