ଓଡିଶା

odisha

By

Published : Mar 23, 2020, 1:18 AM IST

ETV Bharat / bharat

ରାଜସ୍ଥାନରେ କୋରୋନା ମୁକାବିଲା:25 ପ୍ରତିଶତ ମେଡିକାଲ ବେଡ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ

କୋରୋନା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅତିକମରେ 25 ପ୍ରତିଶତ ବେଡ ସଂରକ୍ଷିତ ରଖିବାକୁ ରାଜସ୍ଥାନ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକ ପଢନ୍ତୁ...

Private hospitals & medical colleges having a capacity of 100 or more beds are instructed to earmark 25 per cent of their total number of beds
ରାଜସ୍ଥାନରେ କୋରୋନା ମୁକାବିଲା:25 ପ୍ରତିଶତ ମେଡିକାଲ ବେଡ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ

ଜୟପୁର: ଶହେରୁ ଅଧିକ ବେଡ ଥିବା ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅତିକମରେ 25 ପ୍ରତିଶତ ବେଡ ସଂରକ୍ଷିତ ରଖିବାକୁ ରାଜସ୍ଥାନ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ବେଡ ଗୁଡିକରେ କୋରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧମାନଙ୍କୁ ଚିକିତ୍ସା ଯୋଗାଇଦିଆଯିବ ବୋଲି ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ରାଜସ୍ଥାନରେ ବର୍ତ୍ତମାନ ସୁଦ୍ଧା 24ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 22ଜଣ ଭାରତୀୟ ରହିଥିବା ବେଳେ ଅନ୍ୟ 2ଜଣ ବିଦେଶୀ ବୋଲି ଜଣାପଡିଛି । ସେହିପରି ରାଜ୍ୟରେ 3 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

@ANI

ABOUT THE AUTHOR

...view details