ଓଡିଶା

odisha

By

Published : Jun 8, 2020, 5:32 PM IST

ETV Bharat / bharat

କୋରୋନା ଆକ୍ରାନ୍ତଙ୍କ ଠାରୁ ମୋଟା ଅଙ୍କର ଫି' ନେଉଛି ଘରୋଇ ହସ୍ପିଟାଲ: ବିଜେପି

ମହାରାଷ୍ଟ୍ରର ଘରୋଇ ହସ୍ପିଟାଲ କୋରୋନା ସଂକ୍ରମିତଙ୍କ ଠାରୁ ମୋଟା ଅଙ୍କର ଫି' ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା । ସେ ଏହି ମାମଲାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିବା ସହ ରୋଗୀଙ୍କ ଠାରୁ ନିଆଯାଇଥିବା ଅର୍ଥ ଫେରସ୍ତ କରିବାକୁ କହିଛନ୍ତି । ଅଧିକ ପଢନ୍ତୁ...

Private hospital is charging huge ammount from covid-19 patients says bjp
କୋରୋନା ଆକ୍ରାନ୍ତଙ୍କ ଠାରୁ ମୋଟା ଅଙ୍କର ଫି' ନେଉଛି ଘରୋଇ ହସ୍ପିଟାଲ: ବିଜେପି

ଔରଙ୍ଗାବାଦ: ମହାରାଷ୍ଟ୍ରର ଘରୋଇ ହସ୍ପିଟାଲ କୋରୋନା ସଂକ୍ରମିତଙ୍କ ଠାରୁ ମୋଟା ଅଙ୍କର ଫି' ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା । ଏହି ମାମଲାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ମହାରାଷ୍ଟ୍ର ବିଧାନ ପରିଷଦର ବିରୋଧୀ ଦଳ ନେତା ପ୍ରବୀଣ ଦାରେକର ।

ବିଜେପି ନେତା ରବିବାର କହିଛନ୍ତି ଯେ, ମହାତ୍ମା ଜ୍ୟୋତିବା ଫୁଲେ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟ ସରକାର କୋଭିଡ -19 ଚିକିତ୍ସାକୁ ଅନ୍ତର୍ଭୁକ୍ତ କରିଛନ୍ତି । ତଥାପି ଘରୋଇ ହସ୍ପିଟାଲଗୁଡ଼ିକ ଆକ୍ରାନ୍ତଙ୍କ ଠାରୁ ହଜାର ଏବଂ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି । ଏପରିକି ଏସବୁ ହସ୍ପିଟାଲ ଗୁଡ଼ିକରେ ସରକାରଙ୍କ କୌଣସି ଭୟ ଦେଖିବାକୁ ମିଳୁନାହିଁ । ତେଣୁ ରାଜ୍ୟ ସରକାର ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ ଏବଂ ରୋଗୀଙ୍କ ଠାରୁ ନିଆଯାଇଥିବା ଅର୍ଥ ଫେରସ୍ତ କରିବା ଉଚିତ । ଯଦି ଆବଶ୍ୟକତା ପଡେ ତେବେ ଆମେ ଏହାକୁ ବିରୋଧ କରିବୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁମ୍ବାଇରେ ଠିକ ସମୟରେ ଚିକିତ୍ସା ମିଳୁନଥିବାରୁ ଅନେକ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ତେବେ ରାଜ୍ୟରେ କୋଭିଡ -19 ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ସରକାର ଲୁଚାଇବା ଉଚିତ ନୁହେଁ । ଯଦି ଏପରି ହେଉଥାଏ ତେବେ ରାଜ୍ୟରେ କୋଭିଡ -19 ଅଧିକ ବିପଜ୍ଜନକ ହୋଇପାରେ ।

ରବିବାର ପର୍ଯ୍ୟନ୍ତ ମହାରାଷ୍ଟ୍ରରେ 85,975 କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଥିବା ବେଳେ ଏଥିରେ 3,060 ଜଣଙ୍କ ମୃତ୍ୟୁ ହୋଇଛି । ଦାରେକର କହିଛନ୍ତି ଯେ ଗତ ସପ୍ତାହରେ ହୋଇଥିବା ବର୍ଷା କାରଣରୁ ମୁମ୍ବାଇର ବାନ୍ଦ୍ରା-କୁର୍ଲା ପରିସରରେ କୋଭିଡ -19 ପାଇଁ ଅସ୍ଥାୟୀ ଭାବରେ ନିର୍ମିତ ହୋଇଥିବା ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ନଷ୍ଟ ହୋଇଛି ।

ABOUT THE AUTHOR

...view details