ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଶୁକ୍ରବାର ମଧ୍ୟରାତ୍ରିରେ ଏକ ଘରୋଇ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏୟାରକ୍ରାଫ୍ଟ ପ୍ରଶିକ୍ଷଣ ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଦୁର୍ଘଟଣାରେ ପ୍ରଶିକ୍ଷଣରତ ପାଇଲଟ ପୀୟୁଷ ଚନ୍ଦଲ ଏବଂ ପ୍ରଶିକ୍ଷକ ଅଶୋକ ମକୱାନା ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।
ପ୍ରଶିକ୍ଷଣ ସମୟରେ ଘରୋଇ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ୨ ମୃତ - ପ୍ରଶିକ୍ଷଣ ସମୟରେ ଘରୋଇ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଶୁକ୍ରବାର ମଧ୍ୟରାତ୍ରିରେ ଏକ ଘରୋଇ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି ।
private-company-plane-crashed
ସୂଚନା ମୁତାବକ, ଏୟାରକ୍ରାଫ୍ଟଟି ଉଡାଣ ଭରିବାର କିଛି ସମୟ ପରେ ଧନା ଏୟାରଷ୍ଟ୍ରିପରେ ଲ୍ୟାଣ୍ଡିଂ କରୁଥିଲା । ଖରାପ ପାଣିପାଗ ଏବଂ ଘନ କୁହୁଡି ଯୋଗୁଁ ପାଇଲଟକୁ ଏୟାରଷ୍ଟ୍ରିପର ସିଗନାଲ ଦେଖାଯାଇନଥିଲା । ଫଳରେ ବିମାନଟି ପାଖ କ୍ଷେତରେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏୟାରକ୍ରାଫ୍ଟଟି ଧନା ସ୍ଥିତ ଚାଇନ୍ସ ଏଭିଏସନ ଏକାଡେମୀର ଥିଲା । ଘଟଣାପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ।