ଓଡିଶା

odisha

ETV Bharat / bharat

ଭାରତୀୟ ଜେଲରେ କ୍ଷମତା ଠାରୁ ଅଧିକ କଏଦୀ, ରହିଛି ସଂକ୍ରମଣର ଭୟ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ବାରା ପ୍ରକାଶିତ ଜେଲ ପରିସଂଖ୍ୟାନ ଅଫ୍ ଇଣ୍ଡିଆ (PSI) 2018 ଅନୁଯାୟୀ ଜେଲଗୁଡିକରେ ସେମାନଙ୍କର କ୍ଷମତା ଅପେକ୍ଷା 17.6 ପ୍ରତିଶତ ଅଧିକ ଅନ୍ତେବାସୀ ରହିଥିଲେ ।

prisoners in india
ଭାରତୀୟ ଜେଲରେ କ୍ଷମତାଠାରୁ ଅଧିକ କଏଦୀ

By

Published : Jun 1, 2020, 5:12 PM IST

ହାଇଦ୍ରାବାଦ: 2018 ରେ ଭାରତର ଜେଲ ଗୁଡିକର କ୍ଷମତା 3,96,223 ଅନ୍ତେବାସୀ ଥିବାବେଳେ 4,66,084 ଅନ୍ତେବାସୀ ଥିଲେ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ବାରା ପ୍ରକାଶିତ ଜେଲ ପରିସଂଖ୍ୟାନ ଅଫ୍ ଇଣ୍ଡିଆ (PSI) 2018 ଅନୁଯାୟୀ ଜେଲଗୁଡିକରେ ସେମାନଙ୍କର କ୍ଷମତା ଅପେକ୍ଷା 17.6 ପ୍ରତିଶତ ଅଧିକ ଅନ୍ତେବାସୀ ରହିଥିଲେ।

ସେମାନଙ୍କୁ ଜେଲରେ ରଖିବା ପାଇଁ ଖର୍ଚ୍ଚ ମଧ୍ୟ କମ୍ ନଥିଲା । ଭାରତର 1,339 ଜେଲରେ 4,60,916 ରୁ ଅଧିକ ଅନ୍ତେବାସୀ ଅଛନ୍ତି, 60 ହଜାରରୁ ଅଧିକ ଜେଲ ଅଧିକାରୀଙ୍କୁ ନିୟୋଜିତ ହୋଇଛନ୍ତି ଓ ଏଥିରେ ପ୍ରାୟ 6 ହଜାର କୋଟିରୁ ଅଧିକ ଖର୍ଚ୍ଚ ହୋଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ପଞ୍ଜାବରେ ମୋଟ କଏଦୀଙ୍କ ମଧ୍ୟରୁ 57.1 ପ୍ରତିଶତ ରହିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କୋଭିଡ-19 ରୁ ସାରା ବିଶ୍ବରେ ଜେଲଗୁଡିକ ମୃତ୍ୟୁହାର ବୃଦ୍ଧି ଆଶା କରିପାରନ୍ତି। କୋରୋନା ଭାଇରସ ଭୟ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ରାଜ୍ୟରେ ପାରୋଲରେ ହଜାରେରୁ ଉର୍ଦ୍ଧ ଅନ୍ତେବାସୀଙ୍କୁ ମୁକ୍ତ କରିବାକୁ ବାଧ୍ୟ କରିଛି କାରଣ ଏପିଡେମୋଲୋଜିଷ୍ଟମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ଭାଇରସ ବ୍ୟାପିବା ଆରମ୍ଭ କରେ ତେବେ ନିୟନ୍ତ୍ରଣ ଅସମ୍ଭବ ।

କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବିଶେଷ କରି ଉତ୍ତରପ୍ରଦେଶରେ କାରାଗାରର ମାତ୍ରା ଅଧିକ ଗୁରୁତର । ଯେଉଁଠାରେ କଏଦୀଙ୍କ ସଂଖ୍ୟା ଜେଲ କ୍ଷମତାଠାରୁ 76.5 ପ୍ରତିଶତରୁ ଅଧିକ ହୋଇଛି। ଡିସେମ୍ବର 31, 2019 ସୁଦ୍ଧା ତିହାର ଜେଲରେ 5,200 କ୍ଷମତା ଥିବା ବେଳେ 12,106 କଏଦୀ ରହିଛନ୍ତି।

ଅତ୍ୟଧିକ ଜନଗହଳିପୂର୍ଣ୍ଣ କାରାଗାର ଅନ୍ତେବାସୀଙ୍କ ମଧ୍ୟରେ ସଂକ୍ରମଣକୁ ଶୀଘ୍ର ବିସ୍ତାର ହେବାର ସମ୍ଭାବନା ବଢାଇଥାଏ । ଜେଲଗୁଡିକରେ କମ୍ ସ୍ଥାନ ଥିବା ରାଜ୍ୟଗୁଡିକରେ ଅନ୍ତେବାସୀଙ୍କୁ ସ୍ଥାନାନ୍ତର ପ୍ରଭାବଶାଳୀ ହୋଇପାରେ କିନ୍ତୁ ସ୍ଥାନାନ୍ତର ପ୍ରକ୍ରିୟାରେ ସଂକ୍ରମଣର ସମ୍ଭାବନା ବଢିଥାଏ ।

ଜେଲରେ ସେବା କରୁଥିବା ଡାକ୍ତର ଓ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀମାନେ ଅଳ୍ପ ତାଲିମପ୍ରାପ୍ତ । 2018 ଶେଷରେ 3,220 ର ଅନୁମୋଦିତ ଶକ୍ତି ବିରୁଦ୍ଧରେ ଭାରତୀୟ ଜେଲରେ 1,914 ମେଡିକାଲ କର୍ମଚାରୀ ପୋଷ୍ଟ ହୋଇଥିଲେ । ଯାହା 40 ପ୍ରତିଶତରୁ ଅଧିକ ଅଭାବକୁ ଦର୍ଶାଉଛି । 243 ଜଣ ଅନ୍ତେବାସୀଙ୍କ ପାଇଁ ଭାରତର ଜେଲରେ ଜଣେ ଡାକ୍ତରୀ କର୍ମଚାରୀ ଅଛନ୍ତି। ଝାଡଖଣ୍ଡରେ 1375 ଅନ୍ତେବାସୀଙ୍କ ପାଇଁ ଜଣେ ମେଡିକାଲ୍ କର୍ମଚାରୀ ଥିବା ବେଳେ ପଶ୍ଚିମବଙ୍ଗରେ 923 ଅନ୍ତେବାସୀ ଓ ଉତ୍ତରପ୍ରଦେଶରେ 737 ଅନ୍ତେବାସୀଙ୍କ ପାଇଁ ଜଣଏ ଲେଖାଏଁ ଡାକ୍ତର ରହିଛନ୍ତି ।

ଏହାପୂର୍ବରୁ, ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଅନ୍ତେବାସୀଙ୍କୁ ଆନ୍ତରୀଣ ଜାମିନ କିମ୍ବା ପାରୋଲରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଜେଲରେ ଅତ୍ୟଧିକ ଅନ୍ତେବାସୀ ନରୁହନ୍ତୁ ବୋଲି ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ ।

ଯେଉଁ କଏଦୀମାନେ ଗୋଟିଏ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ, ଯେଉଁଥିପାଇଁ ଦଣ୍ଡ 7 ବର୍ଷ ପର୍ଯ୍ୟନ୍ତ ଥିବ ସେମାନଙ୍କୁ ଆନ୍ତୀରଣ ଜାମିନ ଦେବାକୁ କୁହାଯାଇଥିଲା । CHRI ସମଗ୍ର ରାଜ୍ୟରେ HPC ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶଗୁଡିକ, କଏଦୀମାନଙ୍କ ପାଇଁ ଚିହ୍ନଟ ହୋଇଛି । ମେ 27, 2020 ରେ ଭାରତୀ ଜେଲରେ ପଜିଟିଭ୍ ମାମଲା ସଂଖ୍ୟା ମଧ୍ୟ ଟ୍ରାକିଂ କରିବା ଆରମ୍ଭ କରାଯାଇଥିଲା । ଏପର୍ଯ୍ୟନ୍ତ ଜେଲରୁ ପ୍ରାୟ 426ଟି ମାମଲା ସାମ୍ନାକୁ ଆସିଥିବା ବେଳେ 3ଜଣଙ୍କ ମୃତ୍ୟୁ ହୋଇଛି ।

ଆର୍ଥର ରୋଡ କାରାଗାରରେ ଏକ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ପ୍ରଶାସନର ଜଣେ ସଦସ୍ୟ କହିଛନ୍ତି ଯେ ପ୍ରତିଦିନ 7 ଜଣିଆ ଡାକ୍ତରୀ ଦଳ ଏହି ସ୍ଥାନ ପରିଦର୍ଶନ କରୁଛନ୍ତି। ଦିଲ୍ଲୀର ହାଇକୋର୍ଟର ଜଣେ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ରୋହିନୀ ଜେଲରୁ 200 ଓ ତିହାର ଜେଲରୁ 50 ଜଣଙ୍କୁ ମାଣ୍ଡୋଲି ଜେଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି।

କେରଳ ଓ ଦିଲ୍ଲୀର କର୍ତ୍ତୃପକ୍ଷ ଆଇସେଲେସନ୍ ୱାର୍ଡ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ଜ୍ବରର ଲକ୍ଷଣ ଥିବା ସମସ୍ତ ବନ୍ଦୀଙ୍କୁ ରଖାଯାଇଥିଲା। ସମସ୍ତ ନୂତନ ପ୍ରବେଶକାରୀଙ୍କୁ 6 ଦିନ ପାଇଁ ପୃଥକ ଭାବରେ ରଖାଯାଇଛି। କୋଭିଡ -19 କାରଣରୁ ଅତି କମରେ 80 ଟି ଦେଶରୁ 580,000 ରୁ ଅଧିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ସରକାର ଅନୁମତି ଦେଇଛନ୍ତି ।

ABOUT THE AUTHOR

...view details