ଓଡିଶା

odisha

ETV Bharat / bharat

ୟୁପି ବୋର୍ଡ ପରୀକ୍ଷାରେ ଭାଗ ନେଇଥିଲେ 209 କଏଦୀ - ୟୁପି ବୋର୍ଡ ପରୀକ୍ଷାରେ ଭାଗ ନେଇଥିଲେ 209 କଏଦୀ

ଉତ୍ତରପ୍ରଦେଶ ବୋର୍ଡ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିଛି । ଏହି ପରୀକ୍ଷାରେ 56 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ରାଜ୍ୟ କାରାଗାରର କିଛି ଅନ୍ତେବାସୀ ମଧ୍ୟ ଦଶମ-ଦ୍ବାଦଶ ପରୀକ୍ଷା ନେଇଥିଲେ।

ୟୁପି ବୋର୍ଡ ପରୀକ୍ଷାରେ ଭାଗ ନେଇଥିଲେ 209 କଏଦୀ
ୟୁପି ବୋର୍ଡ ପରୀକ୍ଷାରେ ଭାଗ ନେଇଥିଲେ 209 କଏଦୀ

By

Published : Jun 29, 2020, 1:33 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୋର୍ଡ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିଛି । ଏହି ପରୀକ୍ଷାରେ 56 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ରାଜ୍ୟ କାରାଗାରର କିଛି ଅନ୍ତେବାସୀ ମଧ୍ୟ ଦଶମ-ଦ୍ବାଦଶ ପରୀକ୍ଷା ନେଇଥିଲେ। ପ୍ରକାଶଥାଉକି, ଉତ୍ତରପ୍ରଦେଶର 17 ଟି ଜିଲ୍ଲାର 114 ଜଣ କଏଦୀ ଦଶମ ଶ୍ରେଣୀ ପାଇଁ ଫର୍ମ ପୂରଣ କରିଥିଲେ। ଦଶମ ବୋର୍ଡ ପରୀକ୍ଷା ଦେଉଥିବା ଅନ୍ତେବାସୀଙ୍କ ସଂଖ୍ୟା 93, ଯେଉଁଥିରୁ 86 ଜଣ ଅନ୍ତେବାସୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ଦେଇଥିବା ସମସ୍ତ କଏଦୀ ପୁରୁଷ ଥିଲେ।

ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ 95 କଏଦୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ମୋଟ 75 ଜଣ ମଧ୍ୟବର୍ତ୍ତୀ ପରୀକ୍ଷା ଦେଇଥିଲେ। ଦ୍ବାଦଶ ବୋର୍ଡ ପରୀକ୍ଷାରେ 75 ଜଣ କଏଦୀଙ୍କ ମଧ୍ୟରୁ 2 ଜଣ ମହିଳା କଏଦୀ ମଧ୍ୟ ପରୀକ୍ଷା ଦେଇଥିଲେ। ଦ୍ବାଦଶରେ 63 କଏଦୀ ପାସ୍ କରିଛନ୍ତି। ମୋଟାମୋଟି ଭାବେ ଏହି ବର୍ଷ ଦଶମ-ଦ୍ବାଦଶରେ 209 ଅନ୍ତେବାସୀ ଉପସ୍ଥିତ ଥିଲେ ।

ଜିଲ୍ଲା ଜେଲ ଗାଜିଆବାଦରେ କଏଦୀ ଥିବା ଅରୁଣ ମଧ୍ୟବର୍ତ୍ତୀ ପରୀକ୍ଷାରେ 70.8 ପ୍ରତିଶତ ମାର୍କ ରଖିଛନ୍ତି। ଏଥି ସହିତ ବାରାଣାସୀର କେନ୍ଦ୍ରୀୟ ଜେଲରେ ଥିବା କଏଦୀ ଶିବ ପ୍ରତାପ ସିଂ ୟୁପି ବୋର୍ଡ ଦଶମ ପରୀକ୍ଷାରେ 76.5 ପ୍ରତିଶତ ମାର୍କ ହାସଲ କରିଛନ୍ତି।

ପ୍ରକାଶଥାଉକି, କୋରୋନା ଭାଇରସ ମହାମାରୀ ମଧ୍ୟରେ ଗତବର୍ଷ ତୁଳନାରେ ଏବର୍ଷର ଫଳାଫଳ ଭଲ ରହିଛି । ଦଶମରେ 83.31 ପ୍ରତିଶତ ଓ ଦ୍ବାଦଶରେ 74.63 ପ୍ରତିଶତ ଛାତ୍ର ପାସ୍ କରିଛନ୍ତି ।

ABOUT THE AUTHOR

...view details