ଓଡିଶା

odisha

ବିନାଶକାରୀ ବନ୍ୟାରେ କ୍ଷତିଗ୍ରସ୍ତ କାଜିରଙ୍ଗା; ପ୍ରିନ୍ସ ୱିଲିୟମଙ୍କ ଉଦବେଗ ପ୍ରକାଶ

ଡ୍ୟୁକ୍ ଅଫ୍ କେମ୍ବ୍ରିଜ୍ ପ୍ରିନ୍ସ ୱିଲିୟମ୍ 2020 ଆସାମ ବନ୍ୟା ସମୟରେ ଜାତୀୟ ଉଦ୍ୟାନରେ ହୋଇଥିବା କ୍ଷୟକ୍ଷତି ବିଷୟରେ ଚିନ୍ତା ପ୍ରକଟ କରି କାଜିରଙ୍ଗା ଜାତୀୟ ଉଦ୍ୟାନର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

By

Published : Jul 25, 2020, 7:48 AM IST

Published : Jul 25, 2020, 7:48 AM IST

ବିନାଶକାରୀ ବନ୍ୟାରେ କ୍ଷତିଗ୍ରସ୍ତ କାଜିରଙ୍ଗା
ବିନାଶକାରୀ ବନ୍ୟାରେ କ୍ଷତିଗ୍ରସ୍ତ କାଜିରଙ୍ଗା

ଗୌହାଟୀ: ଆସାମରେ ବନ୍ୟା ବିତ୍ପାତ ଜାରି ରହିଛି । ଭୟଙ୍କର ଭାବେ ପ୍ରଭାବିତ ହୋଇଛି କାଜିରଙ୍ଗା ପାର୍କ । ପାର୍କ ଜଳମଗ୍ନ ହୋଇଯିବାରୁ ଅନେକ ନିରୀହ ଜୀବଜନ୍ତୁଙ୍କ ଜୀବନ ଯାଇଛି । ଆସାମ ବନ୍ୟାକୁ ନେଇ ପ୍ରିନ୍ସ ୱିଲିୟମ ଓ ପତ୍ନୀ କେଟେ ମିଡେଲଟନ ଉଦବେଗ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ଥରେ ନୁହେଁ 3 ଥର ବନ୍ୟା ଆସିଛି । କାଜିରଙ୍ଗା ଜାତୀୟ ଉଦ୍ୟାନ ଏହା ଦ୍ବାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । 92 ପ୍ରତିଶତ ଅଞ୍ଚଳ ଜଳଘେରରେ ରହିବା ସହ 123 ପଶୁପକ୍ଷୀ ସମେତ 12 ଗଣ୍ଡାଙ୍କ ଜୀବନ ଯାଇଛି ।

ବିନାଶକାରୀ ବନ୍ୟାରେ କ୍ଷତିଗ୍ରସ୍ତ କାଜିରଙ୍ଗା
ବିନାଶକାରୀ ବନ୍ୟାରେ କ୍ଷତିଗ୍ରସ୍ତ କାଜିରଙ୍ଗା

କେମ୍ବ୍ରିଜ୍ର ଡ୍ୟୁକ୍ ଏବଂ ଡୁଚେସ୍ କାଜିରଙ୍ଗା ପାର୍କର ନିର୍ଦ୍ଦେଶକ ପି ଶିବକୁମାରଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି କାଜିରଙ୍ଗା ଜାତୀୟ ଉଦ୍ୟାନର ଏପରି ଧ୍ବଂସ ଓ ବନ୍ୟା ଯୋଗୁଁ ଅନେକ ପଶୁପକ୍ଷୀଙ୍କ ଜୀବନ ଯାଇଥିବା ଶୁଣି ସେମାନେ ଭାଙ୍ଗି ପଡ଼ିଛନ୍ତି ।

2016 ଏପ୍ରିଲରେ କାଜିରଙ୍ଗା ଗସ୍ତ ସମୟରେ ଅନେକ ଖୁସିର ମୁହୂର୍ତ୍ତ ରହିଛି । କିନ୍ତୁ ବନ୍ୟା ଦ୍ବାରା ଏହା ଏପରି କ୍ଷତିଗ୍ରସ୍ତ ହେବା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି । ପ୍ରିନ୍ସ ୱିଲିୟମ ଲେଖିଥିବା ଚିଠି ବିଷୟରେ ପାର୍କ ନିର୍ଦ୍ଦେଶକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅନେକ ବନ୍ୟଜନ୍ତୁ ମୃତ୍ୟୁ ସହ ଗୋଟିଏ ଶୃଙ୍ଗ ବିଶିଷ୍ଟ ଗଣ୍ଡାର ଜୀବନ ଯିବା ତାଙ୍କୁ ଅତ୍ୟନ୍ତ ବ୍ୟଥିତ କରିଥିବା ପ୍ରିନ୍ସ କହିଛନ୍ତି । ସେ କହିଛନ୍ତି ଯେ ଭ୍ରମଣ ବେଳେ ଦେଖିଥିଲୁ ଯେ, କାଜିରଙ୍ଗାର ସମସ୍ତ କର୍ମଚାରୀ ପାର୍କର ବନ୍ୟଜନ୍ତୁଙ୍କ ଯତ୍ନ ନେବାରେ କେତେ ଉତ୍ସର୍ଗୀକୃତ । ବର୍ତ୍ତମାନ କଳ୍ପନା କରିବା ମୁସକିଲ ଯେ ଏହା ସେମାନଙ୍କ ପାଇଁ କେତେ କଷ୍ଟଦାୟକ ହୋଇଥିବ।

ପାର୍କ ରେଞ୍ଜରଙ୍କ ପାଇଁ ସେମାନଙ୍କର କୃତଜ୍ଞତା ଜଣାଇ ଡ୍ୟୁକ୍ କହିଛନ୍ତି, କ୍ୟାଥରିନ୍ ଏବଂ ମୁଁ ସମସ୍ତ କାର୍ଯ୍ୟକୁ ପ୍ରଶଂସା କରୁଛୁ ଯେ ଆପଣ ଏବଂ କାଜିରଙ୍ଗା ରେଞ୍ଜରମାନେ ନିଜ ସୁରକ୍ଷାକୁ ବିପଦରେ ପକାଇ ପଶୁମାନଙ୍କୁ ଉଦ୍ଧାର କରୁଛନ୍ତି ।

ମହାମାରୀ କୋରୋନା ସମୟରେ ଆସାମରେ ପ୍ରଳୟଙ୍କାରୀ ବନ୍ୟା ଅନେକଙ୍କ ଜନ-ଜୀବିକା ବୁଡାଇବାକୁ ବସିଛି । ଏନେଇ କ୍ଷତିଗ୍ରସ୍ତ ପରିବାରୁ ସମବେଦନା ଜଣାଇଛନ୍ତି ଡ୍ୟୁକ । ପାର୍କ ନିର୍ଦ୍ଦେଶକ କହିଛନ୍ତି ଯେ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଟାଇଗର ରିଜର୍ଭ ପାଇଁ ସେମାନଙ୍କ ଚିନ୍ତା ପରିପୂର୍ଣ୍ଣ ଏହି ଚିଠି ଜଣାଉଛି ଯେ, ସେମାନେ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ଏପରି ଏକ କଠିନ ସମୟରେ ଡ୍ୟୁକଙ୍କ ଚିଠି ନିଶ୍ଚୟ ଆମର ମନୋବଳ ବୃଦ୍ଧି କରିବ ବୋଲି ନିର୍ଦ୍ଦେଶ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details