ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ବିଶ୍ବ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦି ଏହି ସମ୍ମିଳନୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମଳିନୀର ବିଷୟବସ୍ତୁ ରହିଛି, ‘ଆମ ଭବିଷ୍ୟତର ପୁନଃନିର୍ଦ୍ଧାରଣ, ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ’। ତେବେ ଏଥିରେ ଗୁଆନା ଗଣରାଜ୍ୟର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରାଫାନ ଅଲ୍ଲୀ, ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ, ମାଳଦ୍ବୀପର ବାଚସ୍ପତି ମହମ୍ମଦ ନାସିଦ, ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ଅମିନା ଜେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ।
ଆଜି ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧, ଉଦ୍ଘାଟନ କରିବେ ମୋଦି - Prime Minister to inaugurate World Sustainable Development Summit-2021
ବିଶ୍ବ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦି ଏହି ସମ୍ମିଳନୀର ଉଦଘାଟନ କରିବେ । ଅଧିକ ପଢନ୍ତୁ...
ଆଜି ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧, ଉଦ୍ଘାଟନ କରିବେ ମୋଦୀ
ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ବିଭିନ୍ନ ଦେଶର ସରକାର, ଉଦ୍ୟୋଗପତି, ଶିକ୍ଷାବିତ, ଜଳବାୟୁ ବିଜ୍ଞାନୀ, ଯୁବକ ଓ ସମାଜସେବୀ ଅଂଶଗ୍ରହଣ କରିବେ।
TAGGED:
ଉଦ୍ଘାଟନ କରିବେ ମୋଦୀ