ଓଡିଶା

odisha

ETV Bharat / bharat

ଟ୍ରମ୍ପଙ୍କ ଧମକକୁ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବା ଉଚିତ ନୁହେଁ : ସଞ୍ଜୟ ରାଉତ - coronavius latest news

ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି ଯଦି ବ୍ୟକ୍ତିଗତ ଅନୁରୋଧ ସତ୍ତ୍ବେ ଭାରତ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ରପ୍ତାନି ନକରନ୍ତି । ତେବେ ଆମେରିକା ଏହାର ପ୍ରତିଶୋଧ ନେବା ପାଇଁ ଧମକ ଦେଇଛି । ଟ୍ରମ୍ପଙ୍କ ଧମକକୁ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବା ଉଚିତ ନୁହେଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି । ଅଧିକ ପଢନ୍ତୁ...

prime-minister-should-not-pay-attention-to-trumps-threats-sanjay-raut
ଟ୍ରମ୍ପଙ୍କ ଧମକକୁ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବା ଉଚିତ ନୁହେଁ : ସଞ୍ଜୟ ରାଉତ

By

Published : Apr 10, 2020, 7:09 AM IST

ମୁମ୍ବାଇ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକକୁ ଧ୍ୟାନ ନଦେବା ପାଇଁ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି । ଭାରତ ଆମେରିକାକୁ ଯଦି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ରପ୍ତାନି ନକରନ୍ତି ତେବେ ଆମେରିକା ପ୍ରତିଶୋଧ ନେବ ।

କୋରୋନା ଭାଇରସ ପ୍ରସଙ୍ଗରେ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେବା ଅବସରରେ ରାଉତ କହିଛନ୍ତି । ରାଉତ କହିଛନ୍ତି, ମୁଁ ତାଙ୍କୁ କହିଥିଲି ଯେ ସେ ଯାହା ନିଷ୍ପତ୍ତି ନେବେ, ଆମ ଦଳ ଶିବସେନା ତାକୁ ସମର୍ଥନ କରିବ । ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି ଯେ ଯଦି ବ୍ୟକ୍ତିଗତ ଅନୁରୋଧ ସତ୍ତ୍ବେ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ରପ୍ତାନି ନକରନ୍ତି ତେବେ ଆମେରିକା ଏହାର ପ୍ରତିଶୋଧ ନେଇପାରେ ।

ରାଉତ କହିଛନ୍ତି, ଯଦି ଆମେରିକା ବନ୍ଧୁ ଭାବରେ ଭାରତରୁ ସାହାଯ୍ୟ ମାଗେ, ତେବେ ସହାୟତା ଦେବା ଏକ କର୍ତ୍ତବ୍ୟ ହୋଇଯାଏ, କିନ୍ତୁ ଧମକ ଆମ ଦେଶ ପାଇଁ ଅପମାନ ଏବଂ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦେବା ଉଚିତ୍।ଶିବସେନା ସଂସଦୀୟ ଦଳର ନେତା କହିଛନ୍ତି ଯେ ସେମାନେ ଦଳ ତରଫରୁ ନିଜର ମତ ରଖିଛନ୍ତି ଏବଂ କୋରୋନା ଭାଇରସର ମୁକାବିଲା କରିବାରେ ପ୍ରଧାନମନ୍ତ୍ରୀଙ୍କୁ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details