ଓଡିଶା

odisha

ETV Bharat / bharat

ନୋବେଲ ବିଜେତା ଅଭିଜିତଙ୍କ ସଫଳତା ପାଇଁ ଦେଶବାସୀ ଗର୍ବିତ: ପ୍ରଧାନମନ୍ତ୍ରୀ - ନୂଆଦିଲ୍ଲୀ

ନୂଆଦିଲ୍ଲୀରେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: IANS

By

Published : Oct 22, 2019, 7:16 PM IST

ନୂଆଦିଲ୍ଲୀ: ବର୍ଷ 2019 ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଅଭିଜିତଙ୍କ ଏହି ସଫଳତା ଉପରେ ସମଗ୍ର ଭାରତ ବର୍ଷ ଗର୍ବିତ ବୋଲି ମୋଦି କହିଛନ୍ତି ।

ଏହା ସହିତ ଉଭୟଙ୍କ ସାକ୍ଷାତ ସମୟର ଏକ ଫଟୋକୁ ଟ୍ବିଟ କରି ମୋଦି ଲେଖିଛନ୍ତି ଯେ, ନୋବେଲ ବିଜେତା ଅଭିଜିତଙ୍କ ସହିତ ଏକ ଉତ୍କୃଷ୍ଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପରସ୍ପର ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲୁ । ମାନବଜଗତର କଲ୍ୟାଣ ପାଇଁ ତାଙ୍କ ଲକ୍ଷ୍ୟ ବିଶ୍ବବାସୀଙ୍କ ପାଇଁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ମୁଁ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ।

ସୂଚନା ଯୋଗ୍ୟ ଭାରତୀୟ ବଂଶୋଦ୍ଭବ ଅଭିଜିତ ବର୍ତ୍ତମାନ ଆମେରିକାର ମେସାଚୁଟ୍‌ସ ଇନଷ୍ଟିତ୍ୟୁଟ ଅଫ ଟେକ୍ନୋଲୋଜିରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ତାଙ୍କର ଧର୍ମପତ୍ନୀ ଏସ୍ଥର ଡୁଫ୍ଲୋ ମଧ୍ୟ ନୋବେଲ ପୁରସ୍କାର ହାତେଇଛନ୍ତି । ତେବେ ନିକଟରେ ଅଭିଜିତ ନିଜ ପୁସ୍ତକର ପ୍ରଚାର ପାଇଁ ଭାରତ ଗସ୍ତରେ ଆସିଥିଲେ ।

ସେ 'ଗୁଡ଼ ଇକୋନୋମିକସ ଫର ହାର୍ଡ ଟାଇମ୍ସ: ବେଟର ଆନସର୍ସ ଟୁ ଓଭର ବିଗ୍‌ସ ପ୍ରୋବ୍ଲମ୍ସ' ଶୀର୍ଷକ ପୁସ୍ତକ ଲେଖିଛନ୍ତି । ସେପଟେ କିଛି କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ବିଜେପିର ଅନେକ ନେତା ତାଙ୍କର କାର୍ଯ୍ୟଶୈଳୀକୁ ନେଇ ବେଶ ସମାଲୋଚନା କରିଛନ୍ତି । ଗତ ସପ୍ତାହରେ ପୁନେରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଳ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ତାଙ୍କୁ ସମାଲୋଚନା କରିଥିଲେ ।

ABOUT THE AUTHOR

...view details