ଓଡିଶା

odisha

ETV Bharat / bharat

'ମନ କି ବାତ୍' ଏବେ 'ଦିଲ୍ କି ବାତ୍' : କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର - କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର

ମନ୍ କି ବାତ ବର୍ତ୍ତମାନ ଦେଶ କି ବାତ୍ ଓ ଦିଲ୍ କି ବାତ୍ ବୋଲି ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ କମ୍ୟୁନିଟି ରେଡିଓର ପୁରସ୍କାର କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ।

ଫାଇଲ ଫଟୋ

By

Published : Aug 29, 2019, 7:15 PM IST

ନୂଆଦିଲ୍ଲୀ: ସଫଳତାର ଶୀର୍ଷ ଛୁଇଁଛି ପ୍ରଧାନମନ୍ତ୍ରୀଙ୍କ ''ମନ କି ବାତ୍'' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଦେଶବାସୀ ବିମୁଗ୍ଧ ହେବା ସହ ପ୍ରଧାନମନ୍ତ୍ରୀଙ୍କ ପ୍ରସଂଶାରେ ଶତମୁଖ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର। ତେବେ ମନ କି ବାତ ବର୍ତ୍ତମାନ ଦେଶ କି ବାତ୍ ଓ ଦିଲ୍ କି ବାତ୍ ବୋଲି ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ କମ୍ୟୁନିଟି ରେଡିଓର ପୁରସ୍କାର କାର୍ଯ୍ୟକ୍ରମର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହାସହ କମ୍ୟୁନିଟି ରେଡିଓ ଷ୍ଟେସନ ଦେଶର ସମସ୍ତ ଦେଶରେ ସଫଳ ରୂପାୟନ ହୋଇଛି।

ରେଡିଓ ହେଉଛି ଯୋଗାଯୋଗର ଏକ ବଳିଷ୍ଠ ମାଧ୍ୟମ । ଯାହାର ଫଳସ୍ବରୂପ ମୋଦିଙ୍କ ମନକି ବାତ୍ ଏବେ ଶ୍ରୋତାଙ୍କ ଦିଲ୍ କି ବାତ୍ ରେ ପରିଣତ ହେଲାଣି । ବର୍ତ୍ତମାନ ପରିସ୍ଥିତିରେ ଦେଶରେ 262 ଟି କମ୍ୟୁନିଟି ରେଡିଓ ରହିଛି। କିନ୍ତୁ ଆଗାମୀ ଦିନରେ ଏହାର ସଂଖ୍ୟା 500 କୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜାଭେଡକର ସୂଚନା ଦେଇଛନ୍ତି।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସଫଳତାକୁ କହିବାକୁ ଯାଇଁ ସେ କାଶ୍ମୀରରେ ଧାରା 370 ଉଚ୍ଛେଦ ଘଟଣା ଉପସ୍ଥାପନା କରିଥିଲେ। ମୋଦି ସରକାରଙ୍କ ଏହି ଐତିହାସିକ ରାୟ ପାଇଁ ସେଠାକାର ଜନସାଧାରଣ ଅନ୍ୟ ରାଜ୍ୟ ପରି ଶିକ୍ଷା, ସଂରକ୍ଷଣ ଓ ସମସ୍ତ ସୁବିଧାର ଲାଭ ଉଠାଇପାରିବେ ବୋଲି ସେ କହିଥିଲେ।

ABOUT THE AUTHOR

...view details