ନୂଆଦିଲ୍ଲୀ: ଆସନ୍ତାକାଲି(ସୋମବାର) ସଂସଦର ସଦସ୍ୟମାନଙ୍କ ପାଇଁ ବହୁ ମହଲା ବିଶିଷ୍ଟ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଭିଡିଓ କନ୍ଫରେସିଂ ମାଧ୍ୟମରେ ଏହି ବହୁ ମହଲା ବିଶିଷ୍ଟ ଫ୍ଲାଟ ଉଦଘାଟନ କରାଯିବ। ନୂଆଦିଲ୍ଲୀସ୍ଥିତ ଡ଼କ୍ଟର ବିଡି ମାର୍ଗରେ ସଂସଦର ସଦସ୍ୟମାନଙ୍କ ଏହି ଉଚ୍ଚ ଅଟଳିକା ନିର୍ମାଣ କରାଯାଇଛି। ଏହାସହ ଅନ୍ୟାନ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି।
ସଂସଦ ସଦସ୍ୟଙ୍କ ପାଇଁ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି - ନରେନ୍ଦ୍ର ମୋଦି
ଆସନ୍ତାକାଲି(ସୋମବାର) ସଂସଦର ସଦସ୍ୟମାନଙ୍କ ପାଇଁ ବହୁ ମହଲା ବିଶିଷ୍ଟ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...
ସଂସଦ ସଦସ୍ୟଙ୍କ ପାଇଁ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଏଥିରେ ବହୁ ବିଶିଷ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉଦାଘାଟନ ହେବାକୁ ଥିବା ଏହି ଅଟାଳିକାଗୁଡ଼ିକରେ ତାପଜ ଇନସୁଲେସନ୍ ଏବଂ ଶକ୍ତି ଦକ୍ଷତା ପାଇଁ ଡବଲ୍ ଗ୍ଲାଜେଡ୍ ଝରକା ରହିଛି। ଆଲୋକ ନିୟନ୍ତ୍ରଣ ପାଇଁ ସ୍ଥାନ ସ୍ବତନ୍ତ୍ର ସେନ୍ସର ରହିଛି। ସ୍ବଳ୍ପ ଶକ୍ତି ବ୍ୟବହାର ପାଇଁ ଏଥିରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏହାସହ ଜଳ ସଂରକ୍ଷଣ ପାଇଁ ଅଟ୍ଟାଳିକାର ଛାତ ଉପରେ ବ୍ୟବସ୍ଥା କରାଯାଇଛି।
@ani