ଓଡିଶା

odisha

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଆଜି ତିନୋଟି ରାଲିରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

By

Published : Oct 16, 2019, 8:38 AM IST

ମହାରାଷ୍ଟ୍ରରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ବୁଧବାର ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ରାଜ୍ୟରେ ଆୟୋଜିତ ହୋଇଥିବା ତିନୋଟି ନିର୍ବାଚନୀ ରାଲିରେ ଯୋଗଦେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାରକୁ ଦୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଜନ ସମର୍ଥନ ହାତେଇବା ପାଇଁ ଦଳୀୟ ପ୍ରଚାରକୁ ଜୋରଦାର କରିଛନ୍ତି ଦଳୀୟ ନେତା । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ମହାରାଷ୍ଟ୍ରରେ ଆଜି ଆୟୋଜିତ ହୋଇଥିବା ତିନୋଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ରାଜ୍ୟର ଅକେଲୋ, ପାର୍ତୁର ଓ ପନବେଲ ଠାରେ ହେବାକୁ ଥିବା ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ରାଜ୍ୟରେ ଥିବା 288ଟି ବିଧାନସଭା ଆସନରୁ ବିଜେପି 152, ଏହାର ମେଣ୍ଟ ସହଯୋଗୀ ଶିବସେନା124ଟି ଆସନରେ ଲଢିବେ । ବାକି ଆସନରେ ଅନ୍ୟ ଛୋଟ ଛୋଟ ମେଣ୍ଟ ଦଳ ପ୍ରାର୍ଥୀ ଦେଇଛନ୍ତି।

ABOUT THE AUTHOR

...view details