ଓଡିଶା

odisha

ETV Bharat / bharat

ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ - narendra modi

ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ସେମାନଙ୍କର ଏହି ବୈଠକ ହାଇଦ୍ରାବାଦ ହାଉସରେ ହୋଇଛି । ଅଧିକ ପଢନ୍ତୁ...

modi-talks-with-the-prime-minister-of-sri-lanka
ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ବୈଠକ

By

Published : Feb 8, 2020, 3:38 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଏହି ହାଇଦ୍ରାବାଦ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଅଧିକ ମଜବୁତ କରିବା ଲାଗି ସହମତି ପ୍ରକାଶ କରିଛନ୍ତି । ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ ।

ଏହି ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଭାରତ ଏବଂ ଶ୍ରୀଲଙ୍କା ପରସ୍ପରର ପଡୋଶୀ ଦେଶ ହେବା ସହ ଭଲ ବନ୍ଧୁ । ଆଞ୍ଚଳିକ କ୍ଷେତ୍ରରେ ଆତଙ୍କବାଦ ଏକ ବଡ ସମସ୍ୟା । ଏହା ବିରୋଧରେ ଆମେ ଲଢେଇ ଜାରି ରଖିଛୁ । ଆତଙ୍କବାଦ ବିରୋଧରେ ଲଢିବା ପାଇଁ ଆମେ ପରସ୍ପର ପ୍ରତି ସହଯୋଗର ହାତ ବଢାଇବୁ। ’

ଆଜିର ଦ୍ବିପାକ୍ଷିକ ବୈଠକ ସମ୍ବନ୍ଧରେ ପିଏମ ମୋଦି କହିଛନ୍ତି, ‘ବୈଠକରେ ଆମେ ଶ୍ରୀଲଙ୍କାରେ ସଂଯୁକ୍ତ ଆର୍ଥିକ ପରିଯୋଜନା ଉପରେ ଆଲୋଚନା କରିଛୁ । ଏଥିରେ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହୋଇଛି । ଏହା ବ୍ୟତୀତ ଉଭୟ ଦେଶର ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନା ଦେବା ଉପରେ ଆଲୋଚନା ହୋଇଛି। ’

ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ଶୁକ୍ରବାର ମହିନ୍ଦା ରାଜପାକ୍ଷେଙ୍କୁ ସାକ୍ଷାତ କରିଥିଲେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ସମ୍ପର୍କକୁ ମଜବୁତ କରିବାର ନେଇ ସେମାନେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ମହିନ୍ଦା ରାଜପାକ୍ଷେ 4 ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ଶନିବାର ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଗସ୍ତରେ ଅବସରରେ ସେ ବାରଣାସୀ,ସାରନାଥ, ବୋଧଗୟା ଏବଂ ତିରୁପତି ପ୍ରଭୂତି ଐତିହାସିକ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ABOUT THE AUTHOR

...view details