ଓଡିଶା

odisha

By

Published : Jan 26, 2020, 8:18 PM IST

ETV Bharat / bharat

ପଦ୍ମ ପୁରସ୍କାର ଏବେ ପିପୁଲ୍ସ ଆଓ୍ବାର୍ଡରେ ପରିବର୍ତ୍ତିତ: ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କି ବାତ୍‌' । ପଦ୍ମ ପୁରସ୍କାର ଏବେ ପିପୁଲ୍ସ ଆଓ୍ବାର୍ଡରେ ପରିବର୍ତ୍ତିତ ହୋଇଥିବା କହିଛନ୍ତି ସେ। ଅଧିକ ପଢନ୍ତୁ...

ପଦ୍ମ ପୁରସ୍କାର ଏବେ ପିପୁଲ୍ସ ଆଓ୍ବାର୍ଡରେ ପରିବର୍ତ୍ତିତ: ମୋଦି
ପଦ୍ମ ପୁରସ୍କାର ଏବେ ପିପୁଲ୍ସ ଆଓ୍ବାର୍ଡରେ ପରିବର୍ତ୍ତିତ: ମୋଦି

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2020ର ପ୍ରଥମ 'ମନ କି ବାତ୍‌' ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାରତର ଜନସାଧାରଣଙ୍କ ଉତ୍ସାହ ଏବେ ସଂକଳ୍ପରେ ପରିବର୍ତ୍ତିତ ହେଉଥିବା କହିଛନ୍ତି ସେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିନ ବଦଳେ, ସପ୍ତାହ ବଦଳିଯାଏ, ମାସ ସହ ବର୍ଷ ବି ବଦଳିଥାଏ, ହେଲେ ଭାରତର ଲୋକଙ୍କ ଉତ୍ସାହ ଆମେ ବି କିଛି କମ୍‌ ନୁହେଁ, ଆମେ ବି କିଛି କରି ଦେଖାଇବାର ମନୋଭାବ ଏବେ ସଂକଳ୍ପରେ ପରିବର୍ତ୍ତିତ ହୋଇଛି।

ମନ କି ବାତ୍‌ରେ ପିଏମ ମୋଦିଙ୍କ ମୁଖ୍ୟ କଥା...

ପଦ୍ମ ପୁରସ୍କାର ଏବେ ପିପୁଲ୍ସ ଆଓ୍ବାର୍ଡରେ ପରିବର୍ତ୍ତିତ

ରେଡିଓ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ 46 ହଜାରରୁ ଅଧିକ ନାମାଙ୍କନ ଦାଖଲ ହୋଇଥିଲା । ଏହି ସଂଖ୍ୟା 2014ରୁ 20 ଗୁଣ ଅଧକ ରହିଛି । ଏହି ସଂଖ୍ୟା ଜନସାଧାରଣଙ୍କ ବିଶ୍ବାସକୁ ଦର୍ଶାଉଛି ଯେ ପଦ୍ମ ଆଓ୍ବାର୍ଡ ଏବେ ପିପୁଲ୍ସ ଆଓ୍ବାର୍ଡରେ ପରିବର୍ତ୍ତିତ ହୋଇଛି।

ଦୁଃଖଦ ଅଧ୍ୟାୟର ଅନ୍ତ ଘଟିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଖାପାଖି 25 ବର୍ଷ ପୁରୁଣା ବ୍ରୁ-ରିଆଙ୍ଗ ଶରଣାର୍ଥୀଙ୍କ ଏକ ଦୁଃଖଦ ଅଧ୍ୟାୟର ଅନ୍ତ ଘଟିଛି। ଚୁକ୍ତି ଆଧାରରେ ସେମାନଙ୍କ ପାଇଁ ସମ୍ମାନର ସହ ବଞ୍ଚିବାର ରାସ୍ତା ଖୋଲିଯାଇଛି। ଶେଷରେ 2020ର ନୂଆ ଦଶକ ବ୍ରୃ-ରିଆଙ୍ଗ ସମ୍ପ୍ରଦାୟଙ୍କ ଜୀବନରେ ଏକ ନୂଆ ଆଶାର କିରଣ ନେଇ ଆସିଛି । ପାଖାପାଖି 34 ହଜାର ବ୍ରୁ ଶରଣାର୍ଥୀଙ୍କୁ ତ୍ରିପୁରାରେ ସ୍ଥାନ ଦିଆଯିବ। ଏହି ଚୁକ୍ତି ରାଜ୍ୟର ଜନତାଙ୍କ ସହମତି ଦ୍ବାରା ହିଁ ସମ୍ଭବ ହୋଇଛି।

ହିଂସା ସମସ୍ୟାର ସମାଧାନ ନୁହେଁ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଭିନ୍ନ-ଭିନ୍ନ 8ଟି ଉଗ୍ରବାଦୀ ସଙ୍ଗଠନର ଅନେକ ସଦସ୍ୟ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଯେଉଁମାନେ ପୂର୍ବରୁ ହିଂସାର ମାର୍ଗରେ ଚାଲିଯାଇଥିଲେ, ସେମାନେ ଏବେ ନିଜ ବିଶ୍ବାସ ଓ ଶାନ୍ତିକୁ ଜାଗ୍ରତ କରାଇ ଦେଶର ବିକାଶରେ ନିଜକୁ ଯୋଡିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ବର୍ତ୍ତମାନର 21 ବିଂଶ ଶତାବ୍ଦୀ ଜ୍ଞାନ ବିଜ୍ଞାନ ଓ ଗଣତନ୍ତ୍ରର ଯୁଗ। ହିଂସା କୌଣସି ବି ସମସ୍ୟାର ସମାଧାନ କରିନଥାଏ।

ଖେଲୋ ଇଣ୍ଡିଆ ପାଇଁ ଆସାମ ସରକାରଙ୍କୁ ଶୁଭେଚ୍ଛା

ଆସାମ ସରକାର ଓ ଜନତା ଖେଲୋ ଇଣ୍ଡିଆର ଅଦ୍ଭୂତ ନେତୃତ୍ବ ପାଇଁ ପିଏମ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଖେଲୋ ଇଣ୍ଡିଆ ଜରିଆରେ 80ଟି ରେକର୍ଡ ଭାଙ୍ଗିଛି। ଏଥିରୁ 56 ରେକର୍ଡ ଭାଙ୍ଗିବାରେ ଆମ ଦେଶର ଝିଅ ସଫଳ ହୋଇଛନ୍ତି। ଆସନ୍ତା ମାସ 22 ଫେବୃଆରୀରୁ ମାର୍ଚ୍ଚ 1 ପର୍ଯ୍ୟନ୍ତ ଓଡିଶାର କଟକ ଓ ଭୁବନେଶ୍ବରରେ ପ୍ରଥମ ଖେଲୋ ଇଣ୍ଡଆ ୟୁନିଭର୍ସିଟି ଖେଳ ଆୟୋଜିତ ହେବାକୁ ଯାଉଛି। ଏଥିରେ ପ୍ରତିଯୋଗିତା ପାଇଁ 3 ହଜାରରୁ ଊର୍ଦ୍ଧ୍ବ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ୍‌ର ଏହା 61 ତମ ପ୍ରସାରଣ ଥିଲା । ମାସର ଶେଷ ରବିବାର ସାଧାରଣତନ୍ତ୍ର ଦିବସ ପଡିଥିବାରୁ ଏହି କାର୍ଯ୍ୟକ୍ରମ ଦିନ 11ଟା ପରିବର୍ତ୍ତେ ସଂଧ୍ୟା 6ଟାରେ ପ୍ରସାରିତ ହୋଇଥିଲା।

ABOUT THE AUTHOR

...view details