ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପ୍ରଗତି ବୈଠକ

ଦ୍ବିତୀୟ ପାଳିରେ ମୋଦି ସରକାର । କ୍ଷମତାରେ ବସିବାର ତିନି ମାସ ପରେ ପ୍ରଧାନମନ୍ତ୍ରୀ ନେଇଛନ୍ତି ପ୍ରଥମ ପ୍ରଗତି ବୈଠକ । ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଷୟରେ ଅଧିକାରୀଙ୍କ ସହ କରିଛନ୍ତି ସମୀକ୍ଷା ବୈଠକ ।

By

Published : Jul 31, 2019, 9:49 PM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ନୂଆଦିଲ୍ଲୀ: ମୋଦି ସରକାରର ଦ୍ବିତୀୟ ଇଂନିସରେ ପ୍ରଥମ ‘ପ୍ରଗତି ବୈଠକ’ । ସରକାର ଗଠନ କରିବାର ଦ୍ବିତୀୟ ପାଳିରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଷୟରେ କରିଛନ୍ତି ସମୀକ୍ଷା ।

ସରକାର ‘ହାଉସିଙ୍ଗ୍ ଫର ଅଲ’ ଯୋଜନା ମାଧ୍ୟମରେ 2022 ସୁଦ୍ଧା ଯୋଗାଇ ଦେବେ ପକ୍କା ଘର । ଦେଶରେ ସମସ୍ତ ହିତାଧିକାରୀଙ୍କୁ ଘର ଯୋଗାଇଦେବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ଥିବା କହିଛନ୍ତି ମୋଦି ।

ଏହା ସହ ମଧ୍ୟବିତ ବା ଗରିବ ଶ୍ରେଣିର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ଯୋଜନା ଆୟୁଷ୍ମାନ ଭାରତ ଏବଂ ସୁଗମ୍ୟ ଭାରତ ଯୋଜନାର ମଧ୍ୟ ବୈଠକରେ ସମୀକ୍ଷା ହୋଇଛି । ଯୋଜନା ପାଇଁ ନିୟୋଜିତ ଥିବା ସମସ୍ତ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details