ବେଙ୍ଗାଲୁରୁ:ବେଙ୍ଗାଲୁରୁରେ ଆଜି (ଗୁରୁବାର) ଟେକ ସମ୍ମିଳନୀ 2020ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର 19ରୁ 21 ତାରଖ ଯାଏଁ ଏହି ସମ୍ମଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବହୁ ଶିଳ୍ପପତି ଓ ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଏହି ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଡିଜିଟାଲ ଇଣ୍ଡିଆର ସଫଳତାକୁ ନେଇ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, 5 ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଡିଜିଟାଲ ଇଣ୍ଡିଆ କ୍ୟାମ୍ପେନ ବର୍ତ୍ତମାନ ଦେଶବାସୀଙ୍କ ଜୀବନ ଶୈଳୀର ଏକ ଅଂଶ ହୋଇ ସାରିଛି। ଏହାଏକ ସାଧାରଣ ପଦକ୍ଷେପ ନଥିଲା। ଏହାଦ୍ବାରା ଦ୍ବାରା ଦେଶରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ପଦକ୍ଷେପ ହାତକୁ ନିଆଯାଇ ପାରିଛି। ଏହାର ଫାଇଦା ବର୍ତ୍ତମାନ ଦେଶବାସୀଙ୍କୁ ମିଳୁଛି, ଏଥିରେ କୌଣସି ସନ୍ଦେହ ନାହିଁ। ଡିଜିଟାଲ ଇଣ୍ଡିଆ ବିଶେଷ କରି କୃଷକମାନଙ୍କ ପାଇଁ ସହାୟକ ହୋଇ ପାରିଛି। କେବଳ ଗୋଟିଏ କ୍ଲିକରେ ସେମାନଙ୍କୁ ବିଭିନ୍ନ ଆର୍ଥିକ ସହୟତା ମିଳି ପାରୁଛି। ଟେକ୍ନୋଲୋଜି ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଇନକ୍ୟୁବିସନ ସେଣ୍ଟର ଖୋଲାଯାଉଛି। ପ୍ରଯୁକ୍ତିବଦ୍ୟା ଯୋଗୁଁ ଦେଶରେ ଲୋକଙ୍କ କ୍ଷମତା ବୃଦ୍ଧି ପାଇଛି।