ଓଡିଶା

odisha

ETV Bharat / bharat

ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ଉପରେ ମୋଦିଙ୍କ ଗୁରୁତ୍ବାରୋପ - ପ୍ରିଜାଇଡିଂ ଅଫିସର ସମ୍ମିଳନୀ

ଜାତୀୟ ସମ୍ବିଧାନ ଦିବସର ଅବସରରେ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ "ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ" ଉପରେ ଗୁରୁତ୍ବାରୋପ କରିଛନ୍ତି । ଅଧିକ ପଢ଼ନ୍ତୁ...

ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ଉପରେ ମୋଦିଙ୍କ ଗୁରୁତ୍ବାରୋପ
ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ଉପରେ ମୋଦିଙ୍କ ଗୁରୁତ୍ବାରୋପ

By

Published : Nov 26, 2020, 7:09 PM IST

ନୂଆଦିଲ୍ଲୀ: ଜାତୀୟ ସମ୍ବିଧାନ ଦିବସର ଅବସରରେ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ "ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ" ଉପରେ ଗୁରୁତ୍ବାରୋପ କରିଛନ୍ତି । ଦେଶରେ ପ୍ରତି ଦୁଇତିନି ମାସରେ କେଉଁଠି ନା କେଉଁଠି ନିର୍ବାଚନ ହେଉଛି । ଏହା ପରିବର୍ତ୍ତେ କେବଳ ଗୋଟିଏ ନିର୍ବାଚନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏଭଳି ବାରମ୍ବାର ନିର୍ବାଚନ ଦ୍ବାରା ଦେଶରେ ଉନ୍ନତି ହାର କମିବାରେ ଲାଗିଛି ବୋଲି କହିଛନ୍ତି ମୋଦି।

ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ଉପରେ ମୋଦିଙ୍କ ଗୁରୁତ୍ବାରୋପ

70ତମ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଡ଼ି ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, " ପ୍ରତ୍ୟେକ ମାସରେ ଦେଶର କେଉଁଠି ନା କେଉଁଠି ନିର୍ବାଚନ ହୋଇ ଆସୁଛି । ତେବେ ଏହାଦ୍ବାରେ ଦେଶ ପ୍ରଗତି ଉପରେ ପ୍ରଭାବ ପଡ଼ୁଛି । ଏବଂ ଏହା ଆମେ ଅନୁଭବ ମଧ୍ୟ କରି ପାରୁଛୁ। ଏଭଳି ସ୍ଥିତିରେ ଏବେ ସମୟ ଆସି ଯାଇଛି। ବର୍ତ୍ତମାନ ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ଉପରେ ଧ୍ୟାନ ଦେଇପାରିବ। ଏହା ଉପରେ ଚର୍ଚ୍ଚା କରିବା ଏବେ ଆବଶ୍ୟକ ହୋଇ ପଡ଼ିଛି।"

ଏହାସହ ଲୋକସଭା, ବିଧାନ ସଭା ଓ ପଞ୍ଚାୟତ ସ୍ଥର ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା (single voter list) ବାହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ମୋଦି । ଏଥିପାଇଁ ଦେଶରେ ଥିବା ପ୍ରିଜାଇଡିଂ ଅଫିସରମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନିର୍ବାଚନ ପାଇଁ ଅଲଗା ଅଲଗା ଭୋଟର ତାଲିକା ପ୍ରସ୍ତୁତି ଦ୍ବାରା ସମୟର ଅପଚୟ ହେବା ଛଡ଼ା ଆଉ କିଛି ହେଉନାହିଁ। ବର୍ତ୍ତମାନ ସମୟରେ ଏଭଳି ଭୋଟର ତାଲିକାର କୌଣସି ଆବଶ୍ୟକତା ଦେଖା ଯାଉନାହିଁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "ନିୟମ ସବୁବେଳେ ସରଳ ରହିବା ଦରକାର। ସରଳ ନିୟମ ରହିଲେ ଏକ ସାଧାରଣ ନାଗରିକ ଯେଭଳି ଏହି ନିୟମ ପ୍ରତି ଅବଗତ ରହିପାରିବେ। ଆମ ସମ୍ବିଧାନରେ ଏଭଳି ବହୁ ନିୟମ ରହିଛି। ଯେପରି କର୍ତ୍ତବ୍ୟ(duty) ଓ ଅଧିକାର(rights)। ଏହି ଦୁଇଟି ଉକ୍ତି ମଧ୍ୟରେ ବହୁ ସମାନତା ରହିଛି। ଏଥିପ୍ରତି ଗାନ୍ଧିଜୀ ଅଧିକ ଜୋର ଦେଇଥିଲେ। କାରଣ ସେ ଜାଣିଥିଲେ କର୍ତ୍ତବ୍ୟ କରି ଚାଲିଲେ ଅଧିକାର ଆପେ ଆପେ ମିଳିଯିବ।"

ଏହାପୂର୍ବରୁ ସ୍ବାଧିନତା ଦିବସ ଅବସରରେ ମଧ୍ୟ ମୋଦି ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଉପରେ କଥା ହୋଇଥିଲେ। ସମୟ ସହିତ କେତେକ ନୀତିକୁ ବଦଳାଇବାକୁ ପଡ଼ବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ 26/11ରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଇଥିଲେ।

@ani

ABOUT THE AUTHOR

...view details