ଓଡିଶା

odisha

ETV Bharat / bharat

ଔରଙ୍ଗାବାଦ ରେଳ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରର ଔରଙ୍ଗାବାଦ ରେଳ ଧାରଣା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲା ରେଳ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

By

Published : May 8, 2020, 10:41 AM IST

Updated : May 8, 2020, 2:36 PM IST

ଔରଙ୍ଗାବାଦ ରେଳ ଦୁର୍ଘଟଣା, ପିଏମଙ୍କ ଦୁଃଖ ପ୍ରକାଶ
ଔରଙ୍ଗାବାଦ ରେଳ ଦୁର୍ଘଟଣା, ପିଏମଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଔରଙ୍ଗାବାଦ ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରଣାଳୟ । ସେପଟେ ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

ଔରଙ୍ଗାବାଦ ରେଳ ଦୁର୍ଘଟଣା, ପିଏମଙ୍କ ଦୁଃଖ ପ୍ରକାଶ

ପ୍ରଧାନମନ୍ତ୍ରୀ ମୋଦି ଘଟଣା ବିଷୟରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ କଥାବାର୍ତ୍ତା କରିଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ କ୍ଷତିପୂରଣ ଦିଆଯିବ । ଏହା ସହ ପିୟୁଷ ଗୋଏଲ ଘଟଣା ଉପରେ ନଜର ରଖିଛନ୍ତି ବୋଲି ମୋଦି ଟ୍ବିଟ କରି ଜଣାଇଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରି କହିଛନ୍ତି, ଔରଙ୍ଗାବାଦରୁ ମଧ୍ୟପ୍ରଦେଶ ଫେରୁଥିବା ଶ୍ରମିକଙ୍କ ଅକସ୍ମାମାତ ମୃତ୍ୟୁ ହୋଇଛି । ଦିବଙ୍ଗତ ଆତ୍ମାକୁ ଶାନ୍ତି ମିଳିବା ସହ ପରିବାର ବର୍ଗଙ୍କୁ ଶକ୍ତି ଦେବାକୁ ସେ ପ୍ରାର୍ଥନା କରିଛନ୍ତି । ଏହା ସହ ଶ୍ରମିକଙ୍କ ପରିବାର ସହ ମଧ୍ୟପ୍ରଦେଶ ସରକାର ରହିଛି ବୋଲି ସେ କହିଛନ୍ତି ।

ଔରଙ୍ଗାବାଦ ରେଳ ଦୁର୍ଘଟଣା, ପିଏମଙ୍କ ଦୁଃଖ ପ୍ରକାଶ

ମହାରାଷ୍ଟ୍ରର ଔରଙ୍ଗାବାଦରୁ କେତେକ ଶ୍ରମିକ ରେଳ ଧାରଣା ଦେଇ ମଧ୍ୟପ୍ରଦେଶ ଫେରୁଥିଲେ । ଆଜି ଭୋର 5.30 ସମୟରେ ରେଳ ଧାରଣା ଉପରେ ଶୋଇରହିଥିଲେ । ଏହି ସମୟରେ ଏକ ମାଲବାହୀ ଟ୍ରେନ ଆସି ସେମାନଙ୍କ ଉପରେ ମାଡିଯାଇଥିଲା ଦୁର୍ଘଟଣାଟି ଜଲନା ଓ ଔରଙ୍ଗାବାଦ ଘଟିଥିବାବେଳେ ଏଥିରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Last Updated : May 8, 2020, 2:36 PM IST

ABOUT THE AUTHOR

...view details