ପୁଣେ:ମହାରାଷ୍ଟ୍ରରେ ତିନି ମହଲା କୋଠା ଭୁଶୁଡିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଘଟଣାରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣା, ଦୁଃଖ ପ୍ରକାଶ କଲେ ମୋଦି - Prime Minister Narendra Modi
ମହାରାଷ୍ଟ୍ରରେ ତିନି ମହଲା କୋଠା ଭୁଶୁଡିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଘଟଣାରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣା, ଦୁଃଖ ପ୍ରକାଶ କଲେ ମୋଦି
ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ମୋଦି କହିଛନ୍ତି । ତେବେ ମହାରାଷ୍ଟ୍ରରେ ତିନି ମହଲା କୋଠା ଭୁଶୁଡ଼ିବାରୁ ସୋମବାର ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଭିୱଣ୍ଡିରେ ଏହି ଦୁର୍ଘଟଣା ଘଟିଛି । ପାଖାପାଖି ୨୦ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଘଟଣା ସଂପର୍କରେ ସୂଚନା ମିଳିବା ପରେ ଏନଡିଆରଏଫ ଟିମର ୨ଟି ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ଭୁଶୁଡି ଥିବା କୋଠା ତଳେ 25 ରୁ ଉର୍ଦ୍ଧ୍ବ ଫସି ରହିଥିବା ଅନୁମାନ କରାଯାଉଛି।