ଓଡିଶା

odisha

ETV Bharat / bharat

ମୋଦିମୟ ବାରଣାସୀ, କାଶୀ ବିଜୟ ପରେ ବିଶ୍ବନାଥଙ୍କୁ ପୂଜା କଲେ ପିଏମ - narendra

କାଶୀ ବିଶ୍ବନାଥଙ୍କ ପୂଜାର୍ଚ୍ଚନା ପାଇଁ ନରେନ୍ଦ୍ର ମୋଦି ସୋମବାର ନିଜର ସଂସଦୀୟ କ୍ଷେତ୍ର ବାରାଣସୀରେ ପହଞ୍ଚିଛନ୍ତି । କାଶୀ ବିଶ୍ବନାଥଙ୍କୁ ପୂଜା କରିବା ସହ ପୁଷ୍ପାଭିଷେକ କରିବେ ମୋଦି । ଏହାସହ ବାରଣାସୀ ଜନତାଙ୍କୁ ଧନ୍ୟବାଦ ଅର୍ପଣ ସହ ବିରାଟ ରୋଡ୍‌ ଶୋରେ ସହର ପରିକ୍ରମା କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ।

ଡିଜାଇନ ଫଟୋ

By

Published : May 27, 2019, 12:07 PM IST

ନୂଆଦିଲ୍ଲୀ: କାଶୀ ବିଜୟ ପରେ ଏବେ କାଶୀ ବିଶ୍ବନାଥଙ୍କ ପୂଜାର୍ଚ୍ଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜର ସଂସଦୀୟ କ୍ଷେତ୍ର ବାରାଣସୀରେ ପହଞ୍ଚିଛନ୍ତି । କାଶୀ ବିଶ୍ବନାଥଙ୍କ ପୂଜା କରିବା ସହ ପୁଷ୍ପାଭିଷେକ କରିବେ ମୋଦି । ଏହାସହ ବାରଣାସୀ ଜନତାଙ୍କୁ ଧନ୍ୟବାଦ ଅର୍ପଣ ସହ ବିରାଟ ରୋଡ୍‌ ଶୋ ରେ ସହର ପରିକ୍ରମା କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ।

ଭିଡିଓ ସୌଜନ୍ୟ: ଏନଆଇ
ଫଟୋ ସୌଜନ୍ୟ: ଏନଆଇ

ଏହାପରେ ବିଜେପି କର୍ମୀ ଓ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପିଏମ ମୋଦି ଉଦବୋଧନ ଦେବେ ବୋଲି ଜଣାପଡ଼ିଛି । ମୋଦିଙ୍କ ସହ ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ବହୁ ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏନଆଇ

ମୋଦିଙ୍କ ଗସ୍ତକୁ ନେଇ ସାରା ବାରଣାସୀ ଏକ ପ୍ରକାର ପର୍ବ ପାଳନ କରିବାକୁ ଯାଉଥିଲା ଭଳି ପ୍ରତୀୟ ମାନ ହୋଉଛି । ସେନେଇ ସାରା ଗଳିକନ୍ଦି, ସହର ବଜାର ଚଳଚଞ୍ଚଳ । ପ୍ରିୟ ନେତାଙ୍କୁ ଦେଖିବା ପାଇଁ ସହରବାସୀ ବେଶ ଉତ୍ସାହିତ । ନମୋଙ୍କୁ ନମସ୍କାର, ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ କାଶୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କଳାକାର ଯାଏଁ ଘର ଠାରୁ ଆରମ୍ଭ କରି ମନ୍ଦିର ଯାଏଁ ଅପେକ୍ଷାରତ ।

କାଶୀ ବିଶ୍ବନାଥଙ୍କ ମନ୍ଦିର ଆଗରେ ରାମାୟଣର ଅନେକ ଚରିତ୍ରଙ୍କ ବେଶ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତ କରିବା ପାଇଁ କଳାକାର ଉତ୍ସୁକତାର ସହ ଏକତ୍ରିତ ହେବା ସହ ଅପେକ୍ଷାରତ । ମନ୍ଦିର ଆଗରେ ହନୁମାନ, ଜାମ୍ବବାନ, ନୀଳ ଓ ନଳ ଓ ସାଥିରେ ଅନେକ ବାନର ଓ ଭଲ୍ଲୁକ ସେନା ବେଶରେ ଦଣ୍ଡାୟମାନ ହୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା । ସେହିଭଲି ଅନେକ ସ୍ଥାନରେ ପାରମ୍ପରିକ, ଭଜନ କୀର୍ତ୍ତନ, ନୃତ୍ୟର ଆସର ମଧ୍ୟ ଦେଖିବାକୁ ମିଳିଛି । ମୋଦିଙ୍କ ବାରଣାସୀ ଗସ୍ତରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏଠାରା ସୂଚନା ଯୋଗ୍ୟ ଯେ ମୋଦି ବାରାଣସୀ ଯାଇ କାଶୀ ବିଶ୍ବନାଥଙ୍କୁ ଦର୍ଶନ ଓ ଆଶୀର୍ବାଦ ପରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ୩୦ ତାରିଖ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ ।

For All Latest Updates

ABOUT THE AUTHOR

...view details