ଓଡିଶା

odisha

ETV Bharat / bharat

ମୋଦିଙ୍କ ‘ମନ୍ କି ବାତ୍’: ଚାଷୀଙ୍କ ପାଇଁ ବାଟ ଖୋଲିଛି ନୂତନ କୃଷି ଆଇନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ କୋରୋନା ସଙ୍କଟ ଏବଂ କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ମଧ୍ୟରେ କରାଯାଇଛି । ଅଧିକ ପଢନ୍ତୁ...

ମୋଦିଙ୍କ ‘ମନ୍ କି ବାତ୍’
ମୋଦିଙ୍କ ‘ମନ୍ କି ବାତ୍’

By

Published : Nov 29, 2020, 11:52 AM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ କୋରୋନା ସଙ୍କଟ ଏବଂ କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ମଧ୍ୟରେ କରାଯାଇଛି । ଏହି ସମୟରେ ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି ଯେ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତିମା କାନାଡାରୁ ଫେରାଇ ଆଣିଛନ୍ତି । ଏଥିପାଇଁ ସେ କାନାଡା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଜାଣି ଗର୍ବିତ ହେବେ ଯେ ଦେବୀ ଅନ୍ନପୂର୍ଣ୍ଣାଙ୍କର ଏକ ପୁରାତନ ପ୍ରତିମୂର୍ତ୍ତି କାନାଡାରୁ ଭାରତକୁ ଫେରୁଛି । କାଶୀ ସହ ମାତା ଅନ୍ନପୂର୍ଣ୍ଣାଙ୍କର ଏକ ବିଶେଷ ସମ୍ପର୍କ ରହିଛି । ଏବେ ତାଙ୍କ ମୂର୍ତ୍ତିର ପ୍ରତ୍ୟାବର୍ତ୍ତନ ସମସ୍ତଙ୍କ ପାଇଁ ସୁଖଦ । କିଛି ଦିନ ପୂର୍ବେ ବିଶ୍ବ ଐତିହ୍ୟ ସପ୍ତାହ ଦିବସ ପାଳନ କରାଯାଇଥିଲା । ବିଶ୍ବ ଐତିହ୍ୟ ହେରିଟେଜ୍ ସପ୍ତାହ ସଂସ୍କୃତି ପ୍ରେମୀଙ୍କୁ ପୁରାତନ ସମୟକୁ ଫେରିବା, ସେମାନଙ୍କ ଇତିହାସର ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଦେଶର ଅନେକ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସେମାନଙ୍କ ସଂଗ୍ରହକୁ ସଂପୂର୍ଣ୍ଣ ଡିଜିଟାଲ୍ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀର ଆମର ଜାତୀୟ ସଂଗ୍ରହାଳୟ ଏ ଦିଗରେ କିଛି ପ୍ରଶଂସନୀୟ ଉଦ୍ୟମ କରିଛି | ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଡ଼ଃ ସଲିମ ଅଲି ଜୀଙ୍କର 125 ତମ ଜନ୍ମ ବାର୍ଷିକୀ ଚଳିତ ମାସ ନଭେମ୍ବର 12 ରୁ ଆରମ୍ଭ ହୋଇଛି । ବାର୍ଡ ୱାଚିଂ ପାଇଁ ଡ଼ଃ ସଲିମ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ମୋଦି କହିଛନ୍ତି ଯେ ମୁଁ ମୋ ଜୀବନରେ କେଭାଡିଆରେ ପକ୍ଷୀମାନଙ୍କ ସହ ସମୟ ବିତାଇବା ପାଇଁ ଏକ ସ୍ମରଣୀୟ ସୁଯୋଗ ପାଇଲି । ଭାରତର ସଂସ୍କୃତି ଏବଂ ଶାସ୍ତ୍ର ଗୁଡ଼ିକ ସମଗ୍ର ବିଶ୍ବ ପାଇଁ ସର୍ବଦା ଆକର୍ଷଣର କେନ୍ଦ୍ର ହୋଇଆସୁଛି । ଅନେକ ଲୋକ ସେମାନଙ୍କୁ ଖୋଜିବା ପାଇଁ ଭାରତକୁ ଆସି ସବୁଦିନ ପାଇଁ ଏଠାରେ ରହିଗଲେ ଓ ଅନେକ ଲୋକ ନିଜ ଦେଶକୁ ଫେରି ଏହି ସଂସ୍କୃତିକୁ ବହନ କଲେ । କୃଷି ଆଇନ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହା ଚାଷୀଙ୍କ ପାଇଁ ନୂଆ ରାସ୍ତା ଖୋଲିଛି । ବହୁ ବିଚାର ବିମର୍ଶ ପରେ ଭାରତୀୟ ସଂସଦ କୃଷି ନିୟମକୁ ଠୋସ୍ ରୂପ ଦେଇଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ନଭେମ୍ବର 30 ରେ ଆମେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର 551 ତମ ପ୍ରକାଶ ପର୍ବ ପାଳନ କରିବୁ । ଗୁରୁ ନାନକ ଦେବଙ୍କ ପ୍ରଭାବ ସମଗ୍ର ବିଶ୍ବରେ ସ୍ପଷ୍ଟ ଦେଖାଯାଏ | ଗୁରୁ ଗ୍ରନ୍ଥ ସାହେବରେ କୁହାଯାଇଛି ସେବକର କାମ ହେଉଛି ସେବା କରିବା । ଗତ କିଛିବର୍ଷ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ରହିଛି ଏବଂ ଜଣେ ସେବକ ଭାବରେ ଆମେ ବହୁତ କିଛି କରିବାର ସୁଯୋଗ ପାଇଲୁ ’ । କୋରୋନା ଟିକା ପାଇଁ ପ୍ରସ୍ତୁତି ବିଷୟରେ ଜାଣିବା ପରେ ମୋଦି କହିଛନ୍ତି, କୋରୋନା ସଙ୍କଟର ମୁକାବିଲା ପାଇଁ ଟିକା ପ୍ରସ୍ତୁତ କରିବାର କାର୍ଯ୍ୟ ସାରା ବିଶ୍ବରେ ଚାଲିଛି । ଅନେକ ଦେଶରେ ଟୀକାକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି । ଭାରତରେ ମଧ୍ୟ ଟିକା ଆବିଷ୍କାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି ।

ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦେଶର 3 ଟି ପ୍ରମୁଖ ଲ୍ୟାବ ପରିଦର୍ଶନ କରି ସେଠାରେ ଥିବା ଟିକା ବିଷୟରେ ପଚାରି ବୁଝିଥିଲେ । ତେବେ ମନ୍ କି ବାତରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିନାହାଁନ୍ତି । କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ନିୟମ ବିରୁଦ୍ଧରେ ନିଜ ଜିଦରେ ଅଟଳ ରହିଛନ୍ତି । କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନରେ ଜାରି ରହିଛି । ତେବେ ସରକାର କିନ୍ତୁ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି ।

ABOUT THE AUTHOR

...view details