ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ - କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି
11:21 January 21
କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି । ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ପ୍ରଧାନମନ୍ତ୍ରୀ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନେବେ ଟିକା । କେବେ ଓ କେଉଁ ଟିକା ନେବେ ହୋଇନାହିଁ ସ୍ପଷ୍ଟ । ମୋଦି ଟିକା ନେବା ନେଇ ବିଦ୍ଧିବଧ ଭାବେ ହୋଇନାହିଁ ଘୋଷଣା ।
ସାରା ଦେଶରେ ମହାମାରୀ ବିରୋଧରେ ମହାଅଭିଯାନ ଆରମ୍ଭ ହୋଇଯାଇଛି । ସମସ୍ତ ରାଜ୍ୟରେ ଶୃଙ୍ଖଳିତ ଭାବରେ ଟୀକାକରଣ ଜାରି ରହିଛି । ସମାନ କ୍ରମରେ ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 50 ବର୍ଷରୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀ, ବିଧାୟକ ଏବଂ ନେତାମାନଙ୍କୁ କୋରୋନା ସ୍ବଦେଶୀ ଟିକା ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟରେ, 50 ବର୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯିବ । ଏନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି ।
ଏଠାରେ କହି ରଖୁଛୁ ଯେ, ଦେଶରେ କୋରୋନା ଟୀକାକରଣର ପ୍ରଥମ ପର୍ଯ୍ୟାୟ ଚାଲିଛି । ଏହି ସମୟ ମଧ୍ୟରେ 7 ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ସେନା, ପାରାମିଲିଟାରୀ ଫୋର୍ସ କର୍ମଚାରୀ ଏବଂ 50 ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟୀକାକରଣ କରାଯିବ। ତେବେ କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ କେବେ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।