ଓଡିଶା

odisha

ETV Bharat / bharat

ସୁଦୃଢ ହେଉଛି ଭାରତ-ସାଉଦି ଆରବ ଦ୍ବିପାକ୍ଷିକ ସମ୍ପର୍କ - ଭାରତ-ସାଉଦି ଆରବର ଦ୍ବିପାକ୍ଷିକ ସମ୍ପର୍କ

ଗତ ଅକ୍ଟୋବର 28-29 ତାରିଖରେ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ତାଙ୍କର ଏହି ଗସ୍ତ ସାଉଦି ଆରବ ଏବଂ ଭାରତ ମଧ୍ୟରେ ଥିବା ସୁସମ୍ପର୍କକୁ ଆହୁରି ନିବିଡ କରିଛି ।

ଫାଇଲ ଫଟୋ

By

Published : Nov 3, 2019, 11:31 AM IST

ହାଇଦ୍ରାବାଦ: ଗତ ଅକ୍ଟୋବର 28-29 ତାରିଖରେ ଦୁଇ ଦିନିଆ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ତାଙ୍କର ଏହି ଗସ୍ତ ସାଉଦି ଆରବ ଏବଂ ଭାରତ ମଧ୍ୟରେ ଥିବା ସୁସମ୍ପର୍କକୁ ଆହୁରି ନିବିଡ କରିଛି । ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆଲୋଚନା ହୋଇଛି । ଖାସ୍ କରି ଉର୍ଜା ଏବଂ ବିନିଯୋଗ କ୍ଷେତ୍ରରେ । ଆରବରେ ପ୍ରାୟ 26 ଲକ୍ଷ ଭାରତୀୟ ବସବାସ କରୁଛନ୍ତି । ତେବେ ସେମାନଙ୍କର ଅବଦାନ ସାଉଦି ଆରବ ଅର୍ଥ ବ୍ୟବସ୍ଥାକୁ ସୁଦୃଢ ରଖିବା ପାଇଁ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଆସିଛି ।


ଏହି ଯାତ୍ରାର ସବୁଠୁ ମହତ୍ବପୂର୍ଣ୍ଣ ଉପଲବ୍ଧି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଦି ଆରବ ପ୍ରିନ୍ସ ସଲମାନ ବିନ ଅବଦୁଲ୍ଲାଜିଜ ଅଲ୍‌ ସାଉଦଙ୍କ ନେତୃତ୍ବରେ ହୋଇଥିବା 'ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ'ର ଗଠନ । ଯାହା ବିଭିନ୍ନ ଦ୍ବିପାକ୍ଷିକ ସମସ୍ୟା ସମାଧାନ କ୍ଷେତ୍ରରେ କାର୍ଯ୍ୟ କରିବ । ପ୍ରତି 2 ବର୍ଷରେ ଏହାର ବୈଠକ ବସିବ । ଉଭୟ ଦେଶ ମଧ୍ୟରେ ରାଜନୈତିକ ସ୍ତରରେ ବିଚାର ଆଦାନ ପ୍ରଦାନ ସହ ଏହାକୁ ଲାଗୁ କରିବା କ୍ଷେତ୍ରରେ ଏହି ମଞ୍ଚ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ।

‘ସାଉଦି ଭିଜନ 2030’ କୁ ପୂରଣ କରିବା ଦିଗରେ ସାଉଦି ଆରବ ଭାରତ, ଚୀନ, ଜାପାନ, ସାଉଥ କୋରିଆ, ଆମେରିକା, ୟୁକେ, ଫ୍ରାନ୍ସ ଏବଂ ଜର୍ମାନୀ ସହ ନିଜର ଦ୍ବିପାକ୍ଷିକ ସମ୍ବନ୍ଧକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଦେଲାଣି । ତେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଉଦି ପ୍ରିନ୍ସଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବନ୍ଧୁତ୍ବ ଯୋଗୁଁ ମଧ୍ୟ ଭାରତ ଏବଂ ସାଉଦି ଆରବର ସମ୍ପର୍କ ଆହୁରି ନିବିଡ ହୋଇପାରିଛି । ତେବେ ମୋଦିଙ୍କ ସାଉଦି ଆଗବ ଗସ୍ତକୁ ସଫଳ କରିବା ଲକ୍ଷରେ ଅକ୍ଟୋବର ପ୍ରାରମ୍ଭରେ ସାଉଦି ଆରବ ଗସ୍ତ କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତ ଏବଂ ସାଉଦି ଆରବ ମଧ୍ୟରେ ରଣନୈତିକ ସହଭାଗିତା ବୃଦ୍ଧି କରିବା ପାଇଁ ଉଭୟ ଦେଶ ସାମୁଦ୍ରିକ ସୁରକ୍ଷା ଏବଂ ଆତଙ୍କବାଦ ପ୍ରସଙ୍ଗକୁ ପ୍ରାଥମିକତା ଦେଇଥିଲେ ।

ତେବେ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ପାଇଁ ମହାସାଗର କ୍ଷେତ୍ର ଏବଂ ଜଳମାର୍ଗର ସୁରକ୍ଷାକୁ ସୁନିଶ୍ଚିତ କରିବାର ପ୍ରଣାଳିକୁ ପ୍ରୋତ୍ସାହନ ଦେବା ଦିଗରେ ଉଭୟ ଦେଶ ଗୁରୁତ୍ବାରୋପ ଦେଇଥିଲେ । ଏହି ପରିପେକ୍ଷୀରେ ଭାରତ ଏବଂ ସାଉଦି ଆରବ ମଧ୍ୟରେ ପ୍ରଥମ ଥର ପାଇଁ ମିଳିତ ନୈସେନା ଅଭ୍ୟସର ଆୟୋଜନ କରାଯାଇଛି ।

ସେହିପରି ଆତଙ୍କବାଦ ବିରୋଧରେ ମଧ୍ୟ ଉଭୟ ଦେଶ ଦ୍ବିପାକ୍ଷିକ ସହଯୋଗକୁ ପ୍ରାଥମିକତା ଦେଇଥିଲେ । ସୂଚନା ଆଦାନ ପ୍ରଦାନ, କ୍ଷମତା ନିର୍ମାଣ ଏବଂ ଦହନ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ ଅପରାଧକୁ ରୋକିବା ପାଇଁ ଆଲୋଚନା କରିଥିଲେ । ସଂଯୁକ୍ତ ରାଷ୍ଟ୍ର କାଉଣ୍ଟର- ଆତଙ୍କବାଦ କେନ୍ଦ୍ର(ୟୁଏନସିଟିସି) ମାଧ୍ୟମରେ ଉଭୟ ଦେଶର ନେତା ଆତଙ୍କବାଦ ବିରୋଧରେ ଲଢିବାର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଏହି କେନ୍ଦ୍ରର ସ୍ଥାପନା ସଂଯୁକ୍ର ରାଷ୍ଟ୍ର ମହାସଭା ଦ୍ବାରା କରାଯାଇଥିଲା ।

ତେବେ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ସାଉଦି ଆରବ ମଧ୍ୟରେ ସଂପର୍କ ଦୃତଗତିରେ ଉନ୍ନତି କରିଛି । 2016 ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଗସ୍ତ ଦ୍ବିପାକ୍ଷିକ ଭାଗିଦାରୀକୁ ମଜବୁତ କରିଥିଲା । ଦୁଇ ଦେଶ ଦ୍ବିପାକ୍ଷିକ ବାଣିଜ୍ୟ କାରବାର, ପୁଞ୍ଜିନିବେଶ ଏବଂ ସନ୍ତ୍ରାସବାଦର ମୁକାବିଲା ତଥା ନିରାପତ୍ତା ସଂପର୍କକୁ ମଜବୁତ କରିବା କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ।

ଅଶୋକ ମୁଖାର୍ଜୀ, ଆମେରିକାରେ ଅବସ୍ଥାପିତ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ

ABOUT THE AUTHOR

...view details