ଓଡିଶା

odisha

ETV Bharat / bharat

କୋରୋନା ଲଢେଇ: ସାଧୁ-ଧାର୍ମିକ ସଂଗଠନର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କୋରୋନା ବିସ୍ତାର ସମୟରେ ଘରେ ରହିବା ସୂଚନା ପ୍ରସାର କରିବାରେ ଧାର୍ମିକ ନେତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ଟ୍ବଟି କରି କହିଛନ୍ତି, "ସାମାଜିକ ସେବାରେ ସାଧୁ, ଧାର୍ମିକ ନେତା, ସାମୁଦାୟକ ସଂଗଠନର ଭୂମିକା ଅତ୍ୟନ୍ତ ମୂଲ୍ୟବାନ । ସେମାନଙ୍କର ଦୟା ଭାବନା ଉଲ୍ଲେଖନୀୟ । ଅଧିକ ପଢନ୍ତୁ...

ଫାଇଲ ଫଟୋ
କୋରୋନା ଲଢେଇ: ସାଧୁ-ଧାର୍ମିକ ସଂଗଠନର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

By

Published : Apr 9, 2020, 10:33 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଦୂରତା ବିସ୍ତାର କରିବାରେ ତଥା କୋରୋନା ବିସ୍ତାର ସମୟରେ ଘରେ ରହିବା ସୂଚନା ପ୍ରସାର କରିବାରେ ଧାର୍ମିକ ନେତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ସାମାଜିକ ସେବାରେ ସାଧୁ, ଧାର୍ମିକ ନେତା, ସାମୁଦାୟକ ସଂଗଠନର ଭୂମିକା ଅତ୍ୟନ୍ତ ମୂଲ୍ୟବାନ । ସେମାନଙ୍କର ଦୟା ଭାବନା ଉଲ୍ଲେଖନୀୟ ।

ମୁଖ୍ୟମନ୍ତ୍ରୀଙ୍କ ସହ ବିଗତ କିଛି ଆଲୋଚନା ଚକ୍ରରେ ସେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ଧାର୍ମିକ ନେତାଙ୍କ ସହ ମିଶି ସୋସିଆଲ ଡିଷ୍ଟାସଂକୁ କେବଳ ରାଜ୍ୟ ଓ ଜିଲ୍ଲାସ୍ତରରେ ନୁହେଁ ବରଂ ପ୍ରତି ଥାନା ସ୍ତରରେ ସୂଚନା ପ୍ରସାର କରିବା କଥା କହିଛନ୍ତି ।

ଏହାର ପ୍ରଭାବ ସ୍ବରୁପ ଯେ ବିଶ୍ବ ହିନ୍ଦୁ ପରିଷଦ ଲୋକମାନଙ୍କୁ ହନୁମାନ ଜୟନ୍ତୀ ଅବସରରେ ଏକାଠି ନହେବାକୁ ନିବେଦନ କରିଥିଲା ​​ଏବଂ ମୁସଲମାନ ଧାର୍ମିକ ନେତାମାନେ ମଧ୍ୟ ଶାବ-ଇ ବାରାତରେ ଘର ଭିତରେ ରହିବାକୁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ସନ୍ଥ ନିରଙ୍କାରୀ ମଣ୍ଡଳର ପିଏମ କେୟାର୍ସକୁ ଯୋଗଦାନ ପାଇଁ ଧନ୍ୟବାଦ ଓ ପ୍ରଶଂସା କରିଛନ୍ତି ।

@IANSଇନପୁଟ

ABOUT THE AUTHOR

...view details