ଓଡିଶା

odisha

By

Published : Feb 23, 2019, 2:19 PM IST

ETV Bharat / bharat

ପୁଲଓ୍ବାମା ଆକ୍ରମଣ: ଭାରତର ଅଭିଯୋଗକୁ ମିଛ କହିଲା ପାକ୍ ସେନା

ଏକ ସାମ୍ବାଦିକ ସମ୍ମିଳନୀରେ ପାକ ସେନା ପୁଲଓ୍ବାମା ଘଟଣାରେ ନିଜର ପକ୍ଷ ରଖିଛି । ପାକ୍‌ ସେନା ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି ପୁଲଓ୍ବାମା ଘଟଣାରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରୟାସ ଜାରି ରଖିଛି ଭାରତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସେ ଆହୁରି ମଧ୍ୟ କହିଛନ୍ତି କି, ଭାରତରେ ଆଗକୁ ସାଧାରଣ ନିର୍ବାଚନ ରହିଛି । ଭାରତରେ ଯେତେବେଳେ ନିର୍ବାଚନ ସମୟ ଆସିଥାଏ, ସେହି ସମୟରେ ଭାରତ କୌଣସି ନା କୌଣସି କାରଣକୁ ନେଇ ପାକିସ୍ତାନ ଉପରେ ଦୋଷ ଲଦିଥାନ୍ତି । ତେବେ ଘଟଣାର ତଦନ୍ତ ଯୋଗୁଁ ପାକିସ୍ତାନ ପକ୍ଷରୁ ଉତ୍ତର ରଖିବାରେ ବିଳମ୍ବ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଗଫୁର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ପାକିସ୍ତାନ କେବେ ଯୁଦ୍ଧ ଚାହୁଁନାହିଁ । ଭାରତ ପକ୍ଷରୁ ସବୁବେଳେ ଯୁଦ୍ଧ ଧମକ ଦିଆଯାଉଛି । ଯଦି ଭାରତ ଯୁଦ୍ଧ ଆରମ୍ଭ କରେ, ତେବେ ଏହାର ଜବାବ ଦେବା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି ବୋଲି ଗଫୁର କହିଛନ୍ତି ।

ଜାଣନ୍ତୁ ପାକିସ୍ତାନର ୩ଟି ମିଛ-
୧-ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ନାହିଁ
୨- ଭାରତ ବିନା ପ୍ରମାଣରେ ପାକିସ୍ତାନ ଉପରେ ଅଭିଯୋଗ କରୁଛି
୩-ପାକିସ୍ତାନରେ ହେଉଥିବା ବଡ କାର୍ଯ୍ୟକ୍ରମ ପାଇଁ ଭାରତ ଚାପରେ ରହିଛି

ABOUT THE AUTHOR

...view details