ଓଡିଶା

odisha

By

Published : Apr 24, 2020, 2:37 PM IST

ETV Bharat / bharat

‘ଦେଶର 78 ଜିଲ୍ଲାରେ କୋରୋନା ନୂଆ ମାମଲା ସାମ୍ନାକୁ ଆସିନାହିଁ’

ଦେଶର 78ଟି ଜିଲ୍ଲାରେ ଗତ 14 ଦିନ ମଧ୍ୟରେ କୋରୋନାର କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଏନେଇ ଗତ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ।

corona
ଦେଶର 78ଟି ଜିଲ୍ଲାରେ କୋରୋନାର ନୂଆ ମାମଲା ସାମ୍ନାକୁ ଆସିନାହିଁ

ନୂଆଦିଲ୍ଲୀ: ଦେଶର 78ଟି ଜିଲ୍ଲାରେ ଗତ 14 ଦିନ ମଧ୍ୟରେ କୋରୋନାର କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଏନେଇ ଗତ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଲକଡାଉନର 30 ଦିନ ମଧ୍ୟରେ ଆମେ ଭାଇରସ୍ ସଂକ୍ରମଣକୁ ହ୍ରାସ କରିବାରେ ସକ୍ଷମ ହୋଇଛୁ ଏବଂ କୋଭିଡ୍ -19 ର ବିସ୍ତାରକୁ କମ୍ କରିଛୁ । ଲଭ୍ ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି, କୋରୋନା ଜୀବାଣୁ ମେ 3 ସୁଦ୍ଧା ହ୍ରାସ ପାଇବ ତାହା କହିବା ଅସମ୍ଭବ ।

AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଆରୋଗ୍ୟ ହୋଇଥିବା କୋଭିଡ -19 ରୋଗୀଙ୍କ ରକ୍ତକୁ ନେଇ ବିଭିନ୍ନ କେନ୍ଦ୍ରରେ ଆମେ କନଭୋକେସନ ପ୍ଲାଜମା ବ୍ୟବହାର କରିବା ଆରମ୍ଭ କରିଛୁ । ଏହାଦ୍ବାରା ବହୁ ସଂଖ୍ୟକ ଆରୋଗ୍ୟ ରୋଗୀ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଛନ୍ତି ।

ABOUT THE AUTHOR

...view details