ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ: ରାଜ୍ୟପାଳ ବିଜେପିର ‘ଦ୍ବାରପାଳ’ କହିଲେ ଆପ୍‌ ନେତା - ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଆପ୍‌ ନେତାଙ୍କ ଟାର୍ଗେଟ

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସମାଲୋଚନା କରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତା ସଞ୍ଜୟ ସିଂହ । କଡା ଭାଷାରେ ନିନ୍ଦା କରି ସେ ରାଜ୍ୟରେ ଖୁଲମଖୁଲା ଭାବରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା ଦୋଷ ରାଜ୍ୟପାଳଙ୍କ ଉପରେ ଲଗାଇଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Nov 12, 2019, 7:56 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶାସନ ଲାଗୁ ହେଲା ପରେ ମହାରାଷ୍ଟ୍ର ମହାନାଟକରେ ଯବନିକା ପଡିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା କ୍ୟାବିନେଟ କମିଟିର ସୁପାରିଶ ଉପରେ ମୋହର ମାରିବା ପରେ ଏବେ ମହାରାଷ୍ଟ୍ରରେ ମହାମହିମଙ୍କ ଶାସନ ଲାଗୁ ହେବ। ଏବେ ଏହାକୁ ନେଇ କଡା ଭାଷାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସମାଲୋଚନା କରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତା ସଞ୍ଜୟ ସିଂହ । କଡା ଭାଷାରେ ନିନ୍ଦା କରି ସେ ରାଜ୍ୟରେ ଖୁଲମଖୁଲା ଭାବରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା ଦୋଷ ରାଜ୍ୟପାଳଙ୍କ ଉପରେ ଲଗାଇଛନ୍ତି।

ଏହା ସହ ସେ ଆହୁରି କହିଛନ୍ତି ଯେ, ମହାରାଷ୍ଟ୍ରରେ ରାଜ୍ୟପାଳ, ଦ୍ବାରପାଳ ସାଜିଲେ। ଟ୍ବିଟ କରି ପୁଣି ଲେଖିଛନ୍ତି ଯେ, ‘ରାଜଭବନ’ ରାଜା ଭବନରେ ପରିଣତ ହୋଇଗଲା । ଖୁଲମଖୁଲା ଲୋକତନ୍ତ୍ର ମୂଲ୍ୟବୋଧର ଗଳାରୁଦ୍ଧ କରି ଦିଆଗଲା । ରାଜ୍ୟପାଳ ବିଜେପିର ଦ୍ବାରପାଳ ସାଜିଲେ, ଯାହାଙ୍କର କାମ ଖାଲି ମାଲିକର ଆଦେଶକୁ କାର୍ଯ୍ୟକାରୀ କରିବା ।

ଫଟୋ ସୌଜନ୍ୟ: ଟ୍ବିଟର@sanjayAzadsin

ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ସରକାର ଗଠନ ଲାଗି ଏନସିପି ରାଜ୍ୟପାଳଙ୍କୁ ତିନି ଦିନର ସମୟ ମାଗିଥିଲା ।ଫଳରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗି କେନ୍ଦ୍ର କ୍ୟାବିନେଟକୁ ସୁପାରିଶ କରିଥିଲେ। ଏହାସହ ରାଜ୍ୟପାଳ ଏହି ସୁପାରିଶ ପତ୍ରରେ ସମ୍ବିଧାନ ମୁତାବକ ରାଜ୍ୟରେ ସରକାର ଗଠନ ହୋଇ ପାରି ନାହିଁ ବୋଲି ଉଲ୍ଲେଖ କରିଥିଲେ। ପରେ ଏହାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ କରି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଥିଲା। ପରେ ଏଥିରେ ମୋହର ମାରି ରାଷ୍ଟ୍ରପତି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ମୋହର ମାରିଥିଲେ। ରାଷ୍ଟ୍ରପତି ସାମ୍ବିଧାନିକ ଧାରା ୩୫୬ ଅନୁସାରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି।

ABOUT THE AUTHOR

...view details