ଓଡିଶା

odisha

ETV Bharat / bharat

ଘାଟିରେ 6 ମାସ ବଢିବ ରାଷ୍ଟ୍ରପତି ଶାସନ, ଏବର୍ଷ ନିର୍ବାଚନ !

ଜମ୍ମୁ-କାଶ୍ମୀରରେ 6 ମାସ ପର୍ଯ୍ୟନ୍ତ ବଢିପାରେ ରାଷ୍ଟ୍ରପତି ଶାସନ । ଲୋକସଭାରେ ଏନେଇ ପ୍ରସ୍ତାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ବାଚନ ଆୟୋଗ ଚଳିତବର୍ଷ ଶେଷସୁଦ୍ଧା ନିର୍ବାଚନ କରିବା ପାଇଁ ନେଇଛନ୍ତି ନିଷ୍ପତ୍ତି ।

By

Published : Jun 28, 2019, 4:38 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ 6 ମାସ ପର୍ଯ୍ୟନ୍ତ ବଢିପାରେ ରାଷ୍ଟ୍ରପତି ସାସନ । ଲୋକସଭାରେ ଏନେଇ ପ୍ରସ୍ତାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ 2018 ଡିସେମ୍ବରରେ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ଯାହା 2 ଜୁଲାଇ 2019ରେ ପୁରଣ ହେବାକୁ ଯାଉଛି । ସେଥିପାଇଁ ଏହି ଅବଧିକୁ ଆଉ ଛଅ ମାସ ବଢାଇବାକୁ ସେ ଅନୁରୋଧ କରିଛନ୍ତି ।

ଶାହା ଏହା ମଧ୍ୟ କହିଛନ୍ତି ଯେ ରମଜାନ ଓ ଅମରନାଥ ଯାତ୍ରା ଯୋଗୁଁ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ନିର୍ବାଚନ ଆୟୋଗ ଚଳିତବର୍ଷ ଶେଷସୁଦ୍ଧା ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ପ୍ରସ୍ତାବ ସହ ଲୋକସଭାରେ ଆଉ ଏକ ଗୁରୁତ୍ତ୍ବପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଶାହ ପ୍ରସ୍ତାବ ଦେଇଛନ୍ତି । ଜମ୍ମୁ-କାଶ୍ମୀର ସମ୍ବିଧାନ ଧାରା 5 ଓ 9 କୁ ଆଧାର କରି ସଂରକ୍ଷଣ ପ୍ରବନ୍ଧରେ ସଂଶୋଧନ କରି ଅନ୍ୟକିଛି କ୍ଷେତ୍ରକୁ ଯୋଡିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ABOUT THE AUTHOR

...view details