ଓଡିଶା

odisha

By

Published : Nov 13, 2020, 5:48 PM IST

Updated : Nov 13, 2020, 6:34 PM IST

ETV Bharat / bharat

ଦୀପାବଳିର ଦିନକ ପୂର୍ବରୁ ରାଷ୍ଟ୍ରପତି ଦେଲେ ଶୁଭେଚ୍ଛା

ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ..

ଦୀପାବଳିର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଦୀପାବଳିର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଦୀପାବଳିର ଦିନକ ପୂର୍ବରୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦେଶବାସୀଙ୍କୁ ଆଲୋକର ପର୍ବ ଦିପାବଳୀ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ଦେଶର ବିବିଧ ସଂସ୍କୃତି ଏବଂ ପରମ୍ପରାକୁ ମନେପକାଇଛନ୍ତି । ସମାଜର ପ୍ରତିଟି ବ୍ୟକ୍ତି କିପରି ଆନନ୍ଦ ଏବଂ ଉଲ୍ଲାସର ସହିତ ଦୀପାବଳି ପାଳନ କରିଥାନ୍ତି ତାକୁ ସ୍ମୃତିଚାରଣ କରିଛନ୍ତି ରାଷ୍ଟ୍ରପତି । ଏହି ପର୍ବରେ ସବୁ ବର୍ଗର ଲୋକଙ୍କ ସହଯୋଗ ଏବଂ ଭାତୃତ୍ବ ଭାବକୁ ଭାରତୀୟ ସମାଜର ଅଦ୍ଭୂତପୂର୍ବ ମହାନତା ବୋଲି କହିଛନ୍ତି ରାଷ୍ଟ୍ରପତି ।

ଏନେଇ ରାଷ୍ଟ୍ରପତି ଭାବନ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2020, 6:34 PM IST

ABOUT THE AUTHOR

...view details