ଓଡିଶା

odisha

ETV Bharat / bharat

'ଶିକ୍ଷକ ଛାତ୍ରଙ୍କ ପାଇଁ ମାର୍ଗଦର୍ଶକ ଓ ରାଷ୍ଟ୍ରନିର୍ମାତା' - teachers are guiding force for students and true nation builders

ନିଜର ତପ ଏବଂ ବଳ ଦ୍ବାରା ଜଣେ ଶିକ୍ଷକ ଛାତ୍ରକୁ ଦେଶର ସଂସ୍କୃତି ସମ୍ପର୍କରେ ବୁଝିବା ପାଇଁ ସାହାଯ୍ୟ କରନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

'ଶିକ୍ଷକ ଛାତ୍ରଙ୍କ ପାଇଁ ମାର୍ଗ ଦର୍ଶକ ତଥା ରାଷ୍ଟ୍ରନିର୍ମାତା'
'ଶିକ୍ଷକ ଛାତ୍ରଙ୍କ ପାଇଁ ମାର୍ଗ ଦର୍ଶକ ତଥା ରାଷ୍ଟ୍ରନିର୍ମାତା'

By

Published : Sep 4, 2020, 7:43 PM IST

ନୂଆଦିଲ୍ଲୀ: ଗୁରୁଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶିକ୍ଷକ ଠିକ ଅର୍ଥରେ ଛାତ୍ରଙ୍କ ପାଇଁ ମାର୍ଗ ଦର୍ଶକ ତଥା ରାଷ୍ଟ୍ରନିର୍ମାତା ବୋଲି କୋବିନ୍ଦ କହିଛନ୍ତି । ନିଜର ତପ ଏବଂ ବଳ ଦ୍ବାରା ଜଣେ ଶିକ୍ଷକ ଛାତ୍ରକୁ ଦେଶର ସଂସ୍କୃତି ସମ୍ପର୍କରେ ବୁଝିବା ପାଇଁ ସାହାଯ୍ୟ କରନ୍ତି ବୋଲି ସେ କହିଛନ୍ତି ।

ପରିବର୍ତ୍ତିତ ସମୟ ଅନୁଯାୟୀ ଶିକ୍ଷାଦାନର ନୂତନ ପଦ୍ଧତି ଏକ ଚ୍ୟାଲେଞ୍ଜ ରୂପରେ ଉଭା ହୋଇଛି । ଯାହା ଆମ ଯୁବପିଢିକୁ ଶିକ୍ଷାଲାଭ କରିବାରେ, ସମାଜ ପାଇଁ ଅନୁସନ୍ଧାନ ଏବଂ ଯୋଗଦାନ କରିବାରେ ସାହାଯ୍ୟ କରିଥାଏ । ମୁଁ ଆଶା କରୁଛି ଯେ ଆମ ଶିକ୍ଷକମାନଙ୍କ ଦ୍ବାରା ମାର୍ଗଦର୍ଶନ ଜାରି ରହିବ ଏବଂ ମହାନ ରାଷ୍ଟ୍ରର ଭବିଷ୍ୟତ ଗଠନ ହେବା ଜାରି ରହିବ ବୋଲି ଗୁରୁ ଦିବସ ଅବସରରେ କୋବିନ୍ଦ ଏହି ବାର୍ତ୍ତା ଦେଇଛନ୍ତି।

ରାଷ୍ଟ୍ରପତି କୋବିନ୍ଦ ଆହୁରି କହିଛନ୍ତି ଯେ, ଆଦର୍ଶ ଶିକ୍ଷକମାନେ ଛାତ୍ରମାନଙ୍କୁ ତାଙ୍କ ଉଦ୍ଦେଶ୍ୟ ଅନୁସରଣ କରିବାକୁ ଏବଂ ସେମାନଙ୍କର ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶିକ୍ଷକମାନେ ଛାତ୍ର ତଥା ଆମ ଦେଶର ପ୍ରକୃତ ନିର୍ମାଣକାରୀଙ୍କ ପାଇଁ ମାର୍ଗଦର୍ଶକ ଅଟନ୍ତି । ଏହି କାରଣରୁ ଭାରତୀୟ ସଂସ୍କୃତିରେ 'ଗୁରୁ-ଶିଷ୍ୟ' ପରମ୍ପରାର ବିଶେଷ ମହତ୍ବ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ସେପ୍ଟେମ୍ବର 5ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବରେ ପୂଜା କରାଯାଏ । ତେବେ ଏହି ଅବସରରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିସହ ସେ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ସେମାନେ କରୁଥିବା ଉଦ୍ୟମରେ ସଫଳତା ପ୍ରାପ୍ତ ହେଉ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି ।

ABOUT THE AUTHOR

...view details