ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତି ଭବନରେ 22 ପିଲାଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ - ନେସ୍‌ନାଲ୍‌ ଆଓ୍ଵାର୍ଡସ୍‌ ଫର୍‌ ବ୍ରେଭେରି ଫର୍‌ ଚିଲ୍‌ଡ୍ରେନ୍‌'

ରାଷ୍ଟ୍ରପତି ଭବନରେ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ। ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅଧିକ ଖବର ପଢନ୍ତୁ...

President Ram Nath Kovind
ରାଷ୍ଟ୍ରପତି ଭବନରେ 22 ପିଲାଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ

By

Published : Jan 22, 2020, 2:55 PM IST


ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ । 'ନେସ୍‌ନାଲ୍‌ ଆଓ୍ଵାର୍ଡସ୍‌ ଫର୍‌ ବ୍ରେଭେରି ଫର୍‌ ଚିଲ୍‌ଡ୍ରେନ୍‌' ବା ଜାତୀୟ ସାହସିକତା ପୁରସ୍କାରରେ 22 ପିଲାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିରେ 12 ପୁଅ ଓ 10 ଜଣ ଝିଅ ସାମିଲ ଅଛନ୍ତି ।

ଏହି ପୁରସ୍କାର କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କରାଯାଇଥିଲା । ପୁରସ୍କାର ପାଇଥିବା 2 ଜଣ ପିଲା ଜମ୍ମୁ ଓ କାଶ୍ମୀରର। ଏହି ପୁରସ୍କାର ଭାରତୀୟ କାଉନସିଲ ଅଫ୍ ଚାଇଲ୍ଡ ୱେଲଫେୟାର ନାମକ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ଦିଆଯାଇଛି।

ଯେଉଁ ପିଲାମାନେ ଆଜି ସାହସିକତା ପୁରସ୍କାର ପାଇଲେ ସେମାନେ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସାମିଲ ରହିବେ ନାହିଁ। ଚଳିତ ବର୍ଷ ଏହି ସମସ୍ତ ପୁରସ୍କାର ନାମ ଆଇସିସିଡବ୍ଲୁ ଦ୍ବାରା ପରିବର୍ତ୍ତନ କରାଯାଇଛି। ପୂର୍ବ ବର୍ଷ ଏହି ପୁରସ୍କାର ସଞ୍ଜୟ ଚୋପ୍ରା,ଗୀତା ଚୋପ୍ରା ଓ ବାପୁ ଗୟା ଧାନିଙ୍କ ନାମରେ ଦିଆଯାଉଥିଲା। ହେଲେ ଚଳିତ ବର୍ଷ ଠାରୁ ଏହା ମାର୍କେଣ୍ଡ ପୁରସ୍କାର,ଧ୍ରୁବ ପୁରସ୍କାର,ଅଭିମନ୍ୟୁ ପୁରସ୍କାର,ପ୍ରହଲ୍ଲାଦ ପୁରସ୍କାର ଓ ଶ୍ରବଣ ପୁରସ୍କାର ନାମରେ ପ୍ରଦାନ କରାଯାଉଛି।

ତେବେ ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଥିବା ୪ ଜଣ ଓଡ଼ିଆ ହେଲେ ସିତୁ ମଲ୍ଲିକ, ବିଶ୍ୱଜିତ ପୁହାଣ, ଝିଲି ବାଗ ଓ ରଞ୍ଜିତା ମାଝି । ସିତୁ ମଲ୍ଲିକ ସମ୍ମାନଜନକ ବାପୁ ଗୟା ଧାନି ପୁରସ୍କାର ପାଇଛନ୍ତି । ସେହିପରି ଓଡିଶାର 15 ବର୍ଷର ପୂର୍ଣ୍ଣିମା ଗିରି ଓ ସବିତା ଗିରି ଧ୍ରୁବ ଆୱାଡ ପାଇବେ।

ABOUT THE AUTHOR

...view details