ବେଙ୍ଗାଲୁରୁ: କାହାଣୀଟି ଧୈର୍ଯ୍ୟ ଏବଂ ଦୃଢ ସଂକଳ୍ପର । କାହାଣୀଟି 107 ବର୍ଷିୟା ଶାଲୁମାରଦା ଥିମକ୍କାଙ୍କର । କର୍ଣ୍ଣାଟକର ହୁଲିକଲ ଗ୍ରାମରେ ତାଙ୍କର ଜନ୍ମ । ସେ 40 ବର୍ଷ ବୟସରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । କାରଣ ସେ ଗର୍ଭଧାରଣ କରିବାରେ ଅକ୍ଷମ ଥିଲେ । କିନ୍ତୁ ନିଜ ଜୀବନସାଥୀ ତଥା ସ୍ବାମୀଙ୍କ ସମର୍ଥନରେ ସେ ଗଛ ଲଗାଇବା ଆରମ୍ଭ କରିଥିଲେ । ଯେଉଁଠି ତାଙ୍କୁ ମିଳୁଥିଲା ମାତୃତ୍ବର ସୁଖ । ଆଜି ତାଙ୍କର ସେଇ ସୁଖ ତାଙ୍କୁ ପହଞ୍ଚାଇଛି ବହୁ ଉପରେ । ତାଙ୍କର ଏହି ସୁଖ ପାଇଁ ଆଜି ସେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଅର୍ଜନ କରିପାରିଛନ୍ତି ।
ଗଛ ପାଇଁ ପାଇଲେ ମାତୃତ୍ବର ସୁଖ - ଥିମକ୍କା
65 ବର୍ଷ ମଧ୍ୟରେ 8000ରୁ ଅଧିକ ଗଛ ଲଗାଇବାରେ ସକ୍ଷମ ହୋଇଥିଲେ ଶାଲୁମାରଦା ଥିମକ୍କା । ଆଉ ଆଜି ସେ ବୃକ୍ଷ ମାତା ରୂପରେ କ୍ଷତି ଅର୍ଜନ କରିପାରିଛନ୍ତି । ଥିମକ୍କାଙ୍କୁ ଶନିବାର ଅନ୍ୟ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଏହି ଦମ୍ପତି ଦିନରେ ନିଜ କ୍ଷେତରେ କାମ କରୁଥିଲେ । ଗଛ ଲଗାଉଥିଲେ ଏବଂ ସେମାନଙ୍କ ଦେଖାଶୁଣା କରୁଥିଲେ । ପ୍ରଥମ ବର୍ଷରେ ସେ 10ଟି ଗଛ ଲଗାଇଥିଲେ । ଆଗାମୀ ବର୍ଷରେ ଅଧିକରୁ ଅଧିକ ଗଛ ଲଗାଇବାକୁ ଲାଗିଲେ । ଅଧିକାଂଶ ସମୟରେ ନିଜ ଗଛ ପାଇଁ ସେ 4 କିଲୋମିଟରରୁ ଅଧିକ ଦୂର ଯାତ୍ରା କରି ପାଣି ଆଣୁଥିଲେ ।
65 ବର୍ଷ ମଧ୍ୟରେ ସେ 8000ରୁ ଅଧିକ ଗଛ ଲଗାଇବାରେ ସକ୍ଷମ ହୋଇଥିଲେ । ଆଉ ଆଜି ସେ ବୃକ୍ଷ ମାତା ରୂପରେ କ୍ଷତି ଅର୍ଜନ କରିପାରିଛନ୍ତି । ଥିମକ୍କାଙ୍କୁ ଶନିବାର ଅନ୍ୟ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।