ଓଡିଶା

odisha

ETV Bharat / bharat

ଭାରତ ଫେରିଲେ ରାଷ୍ଟ୍ରପତି - President Kovind returns from 7-day visit

7 ଦିନିଆ ଫିଲିପାଇନ୍ସ ଏବଂ ଜାପାନ ଗସ୍ତ ସାରି  ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ଫେରିଛନ୍ତି ।

ଫାଇଲ ଫଟୋ

By

Published : Oct 24, 2019, 12:41 PM IST

ନୂଆଦିଲ୍ଲୀ: ଭାରତ ଫେରିଲେ ରାଷ୍ଟ୍ରପତି । 7 ଦିନିଆ ଫିଲିପାଇନ୍ସ ଏବଂ ଜାପାନ ଗସ୍ତ ସାରି ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ଫେରିଛନ୍ତି ।

ତେବେ ଏହି ଗସ୍ତରେ ରାଷ୍ଟ୍ରପତି ଏହି ଦୁଇ ଦେଶ ସହ ଭାରତର ସମ୍ପର୍କ ସୃଦୁଢ କରିବା ଉପରେ ଆଲୋଚନା କରିଥିଲେ । ଏଥିସହ ଜାପାନର ନବଘୋଷିତ ନାରୁହିତୋଙ୍କ ସ୍ବାଗତ ସମାରୋହରେ ଯୋଗ ଦେବାପାଇଁ ଜାପାନ ଯାଇଥିଲେ । ସେହିପରି ଫିଲିପାଇନ୍ସର ଏକ କଲେଜର ଶାନ୍ତି ଶିକ୍ଷା କେନ୍ଦ୍ରରେ ମହାତ୍ମା ଗାନ୍ଧୀଙ୍କ ଆଚରଣ ବିଧି ସମ୍ପର୍କରେ ସେଠାରେ ଆଲୋଚନା କରିଥିଲେ ।

ପ୍ରକାଶ ଥାଉକି, ଗତ ଅକ୍ଟୋବର 17ରେ ରାଷ୍ଟ୍ରପତି ଏହି ଦୁଇ ଦେଶକୁ ଗସ୍ତ କରିଥିଲେ ।

For All Latest Updates

ABOUT THE AUTHOR

...view details