ଓଡିଶା

odisha

ETV Bharat / bharat

ଆସନ୍ତାକାଲି ରାଜ୍ୟପାଳଙ୍କ ସମ୍ମିଳନୀକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - pm-modi-to-address-governors-conference

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳ 10:30 ସମୟରେ ଜାତୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ରାଜ୍ୟପାଳଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି ଓ କୋବିନ୍ଦ
ଆସନ୍ତାକାଲି ରାଜ୍ୟପାଳଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି ଓ କୋବିନ୍ଦ

By

Published : Sep 6, 2020, 10:45 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳ 10:30 ସମୟରେ ଜାତୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା "ଉଚ୍ଚଶିକ୍ଷାର ରୂପାନ୍ତର କରିବାରେ ଏନଇପି-2020 ର ଭୂମିକା" ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହୋଇଛି।

ନୂତନ ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ସମାନ ତଥା ଜୀବନ୍ତ ଜ୍ଞାନ ସମାଜରେ ପରିଣତ କରିବାକୁ ପ୍ରଚେଷ୍ଟା କରୁଛି। ଏହା ଏକ ଭାରତ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାର କଳ୍ପନା କରେ। ଯାହା ଭାରତକୁ ଏକ ଗ୍ଲୋବାଲ୍ ସୁପର ପାୱାରରେ ପରିଣତ କରିବାରେ ସିଧାସଳଖ ସହଯୋଗ କରିବ ।

ରାଜ୍ୟପାଳ ସମ୍ମିଳନୀରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ, ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବେ।

ABOUT THE AUTHOR

...view details