ଓଡିଶା

odisha

ETV Bharat / bharat

84 ପ୍ରତିରକ୍ଷା କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ସାହାସିକତା ପୁରସ୍କାର - ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

୭୪ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ୯ ଜଣ ପୁଲିସ ଅଧିକାରୀଙ୍କୁ ‘ଶୌର୍ଯ୍ୟ ଚକ୍ର’ ପୁରସ୍କାର ପ୍ରଦାନ କରାଯିବା ସହିତ 84 ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ସାହାସିକତା ପୁରସ୍କାର ଅନୁମୋଦନ କରିଛନ୍ତି । ସେହିପରି ଜମ୍ମୁ-କାଶ୍ମୀର ପୁଲିସ କନଷ୍ଟେବଳ ଅବଦୁଲ ରସିଦ କଲାସଙ୍କୁ ମରଣୋତ୍ତର ଭାବେ ‘କୀର୍ତ୍ତିଚକ୍ର’ ପୁରସ୍କାର ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ...

84 ପ୍ରତିରକ୍ଷା କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ସାହାସିକତା ପୁରଷ୍କାର
84 ପ୍ରତିରକ୍ଷା କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ସାହାସିକତା ପୁରଷ୍କାର

By

Published : Aug 15, 2020, 12:29 PM IST

ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ୯ ଜଣ ପୁଲିସ ଅଧିକାରୀଙ୍କୁ ‘ଶୌର୍ଯ୍ୟ ଚକ୍ର’ ପୁରସ୍କାର ପ୍ରଦାନ କରାଯିବା ସହିତ 84 ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ସାହାସିକତା ପୁରସ୍କାର ଅନୁମୋଦନ କରିଛନ୍ତି । ସେହିପରି ଜମ୍ମୁ-କାଶ୍ମୀର ପୁଲିସ କନଷ୍ଟେବଳ ଅବଦୁଲ ରସିଦ କଲାସଙ୍କୁ ମରଣୋତ୍ତର ଭାବେ ‘କୀର୍ତ୍ତିଚକ୍ର’ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟ ପାଇଁ ‘ଶୌର୍ଯ୍ୟ ଚକ୍ର’ ପୁରସ୍କାର ପାଇଥିବା ୯ ଜଣ ପୋଲିସ ଅଧିକାରୀ ହେଲେ, ଲେଫ୍ଟନାଣ୍ଟ କର୍ଣ୍ଣେଲ କ୍ରିଷନ୍‌ ସିଂହ ରାୱତ, ମେଜର ଅନିଲ ଉର୍ସ, ହାବିଲଦାର ଆଲୋକ କୁମାର ଦୁବେ, ୱିଙ୍ଗ କମାଣ୍ଡର ବିଶାଖ ‌ନାୟାର, ଜମ୍ମୁ-କାଶ୍ମୀର ପୁଲିସ ଡିଆଇଜି ଅମିତ କୁମାର, ସିଆଇଏସ୍‌ଏଫ୍‌ ସବ୍‌ ଇନିସପେକ୍ଟର ମହାବୀର ପ୍ରସାଦ ଗୋଦାରା (ମରଣୋତ୍ତର), ସିଆଇଏସ୍‌ଏଫ୍‌ ହେଡ୍‌ କନଷ୍ଟେବଳ ଏରନ୍ନା ନାୟକ (ମରଣୋତ୍ତର), ସିଆଇଏସ୍‌ଏଫ୍‌ କନଷ୍ଟେବଳ ମହେନ୍ଦ୍ର କୁମାର ପାଶ୍ବାନ (ମରଣୋତ୍ତର) ଏବଂ ସିଆଇଏସ୍‌ଏଫ୍‌ କନଷ୍ଟେବଳ ସତିଶ ପ୍ରସାଦ କୁଶାୱା (ମରଣୋତ୍ତର) । ଶାନ୍ତିମୟ ସମୟରେ ଏହା ହୋଉଛି ତୃତୀୟ ସର୍ବୋଚ୍ଚ ସାହାସିକତା ପୁରସ୍କାର ।

ସେହିଭଳି ରାଷ୍ଟ୍ରପତି, ୫ ଜଣଙ୍କୁ ‘ବାର୍‌ ଟୁ ସେନା ପଦକ’ ୬୦ ଜଣଙ୍କୁ ସେନା ପଦକ, ୪ ଜଣଙ୍କୁ ‘ନାନୋ ସେନା ପଦକ’ ଏବଂ ୫ ଜଣଙ୍କୁ ‘ବାୟୁ ସେନା ପଦକ’ ପ୍ରଦାନ କରାଯିବ ବୋଲି ଅନୁମୋଦନ କରିଛନ୍ତି । ବିଭିନ୍ନ ସାମରିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସେନା କର୍ମଚାରୀଙ୍କୁ 19 ଟି ମେଣ୍ଟ-ଇନ୍-ଡେସପ୍ୟାଚ୍ ମଧ୍ୟ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି, ଯେଉଁଥିରେ 'ଅପରେସନ୍ ମେଘଦୂତ' ଏବଂ 'ଅପରେସନ୍ ରକ୍ଷକ' ପାଇଁ ଆଠ ଜଣ ମରୋଣତ୍ତର ସାମିଲ ଅଛନ୍ତି ।

ABOUT THE AUTHOR

...view details