ଓଡିଶା

odisha

ଯୁବବର୍ଗଙ୍କ ପାଇଁ ସ୍ବାମୀ ବିବେକାନନ୍ଦ ପ୍ରେରଣାର ଉତ୍ସ: ରାଷ୍ଟ୍ରପତି

ସାରା ଦେଶରେ ସ୍ବାମୀ ବିବେକାନ୍ଦଙ୍କ ଜନ୍ମ ତିଥି ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯାଉଛି । ସ୍ବାମୀ ବିବେକାନନ୍ଦଙ୍କ 157 ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jan 12, 2020, 11:43 AM IST

Published : Jan 12, 2020, 11:43 AM IST

ETV Bharat / bharat

ଯୁବବର୍ଗଙ୍କ ପାଇଁ ସ୍ବାମୀ ବିବେକାନନ୍ଦ ପ୍ରେରଣାର ଉତ୍ସ: ରାଷ୍ଟ୍ରପତି

president and vice president pay tribute on swami vivekananda birth anniversary
ଡିଜାଇନ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ ସ୍ବାମୀ ବିବେକାନ୍ଦଙ୍କ ଜନ୍ମ ତିଥି ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯାଉଛି । ସ୍ବାମୀ ବିବେକାନନ୍ଦଙ୍କ 157 ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@rashtrapatibhvn

ସ୍ବାମୀ ବିବେକାନନ୍ଦ ଦେଶର ଜଣେ ବିଖ୍ୟାତ ବିଦ୍ବାନ, ସନ୍ୟାସୀ ଓ ଦୁରଦର୍ଶୀ ଯୁବବର୍ଗଙ୍କ ମାର୍ଗଦର୍ଶକ ଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି । ବିବେକାନନ୍ଦ ଭବିଷ୍ୟ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ଓ ବିଶେଷ କରି ଯୁବ ବର୍ଗଙ୍କ ପାଇଁ ସେ ଉଦାହରଣ ବୋଲି ରାଷ୍ଟ୍ରପତି କହିଛନ୍ତି । ସାରା ଦେଶ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଆଜିର ଦିନକୁ ଜାତୀୟ ଯୁବ ଦିବସ ରୂପେ ପାଳନ କରୁଛି । ଏହାସହ ଆଗାମୀ ଦିନ ମାନଙ୍କରେ ସ୍ବାମୀ ବିବେକାନନ୍ଦଙ୍କ ଜୀବନଶୈଳୀ ମହତବାଣୀ ସମସ୍ତଙ୍କୁ ପ୍ରେରଣାଦାୟକ ରହିବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@VPSecretariat

ସେହପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସ୍ବାମୀ ବିବେକାନନ୍ଦଙ୍କ ବିଶ୍ବାସ ରହିଥିଲା କି ପ୍ରତ୍ୟେକ ମାନବ ଭିତରେ ଦିବ୍ୟତା ଅନ୍ତର୍ନିହତ ହୋଇ ରହିଥାଏ । ସ୍ବାମୀଜୀ ତନ ମନ ଓ ବିଚାରରେ ନିର୍ବଳତାକୁ ପାପ ବୋଲି ବିଚାର କରୁଥିଲେ । ସେ କହୁଥିଲେ ଯିଏ ନିଜ ଉପରେ ବିଶ୍ବାସ କରୁନାହିଁ, ସେ କେବେହେଲେ ଇଶ୍ବରଙ୍କ ଉପରେ ବିଶ୍ବାସ କରି ପାରିବ ନାହିଁ ।

ଏଠାରେ ସୂଚନାଯୋଗ୍ୟ. ସ୍ବାମୀ ବିବେକାନନ୍ଦ ୧୮୬୩ ଜାନୁୟାରୀ ୧୨ରେ ପଶ୍ଚିମବଙ୍ଗର କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ। । ତାଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଉଛି ।

ABOUT THE AUTHOR

...view details