ଓଡିଶା

odisha

ETV Bharat / bharat

ହରସିମରତ କୌରଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି

ଶିରୋମଣୀ ଅକାଳୀ ଦଳ ନେତ୍ରୀ ହରସିମରତ କୌର ବାଦଲଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ...

By

Published : Sep 18, 2020, 8:34 AM IST

ହରସିମରତ କୌରଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି
ହରସିମରତ କୌରଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶିରୋମଣୀ ଅକାଳୀ ଦଳ ନେତ୍ରୀ ହରସିମରତ କୌର ବାଦଲଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ଶୁକ୍ରବାର ତାଙ୍କର ଇସ୍ତଫା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଥିବା ସୂଚନା । କୃଷି ଉପରେ ଆସିଥିବା ବିଲ ଲୋକସଭାରେ ପାରିତ ହେବା ପରେ ଏହାକୁ ବିରୋଧ କରି ଗତକାଲି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ହରସିମରତଙ୍କ ଇସ୍ତଫା ଗ୍ରହଣ କରିବା ସହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଧାରା 75 କ୍ଲଜ୍‌ 2 ଅନୁସାରେ ହରସିମରତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଷ୍ଟ୍ରପତି ଦେଇଛନ୍ତି ।

ସୂଚନାଥାଉକି, ସରକାର ଆଣିଥିବା କୃଷି ସମ୍ବନ୍ଧୀୟ ବିଲକୁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟର ଚାଷୀମାନେ ବିରୋଧ କରୁଛନ୍ତି । ଏହାସହ ଏହି ବିଲକୁ ଏନଡିଏର ଅଶିଂଦାର ଥିବା ଶିରୋମଣୀ ଅକାଳୀ ଦଳ ମଧ୍ୟ ବିରୋଧ କରିଥିଲା । ତେବେ ଲୋକସଭାରେ ଏହି ବିଲ ପାରିତ ହେବା ପରେ ଅକାଳୀ ଦଳ ନେତ୍ରୀ ହରସିମରତ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details