ନୂଆଦିଲ୍ଲୀ: କୋରୋନାକୁ ନେଇ ସାରା ଦେଶରେ ହାଇଆଲର୍ଟ ଜାରି । ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ନେଇ କେନ୍ଦ୍ରୀୟ ପୋଲିସ ଫୋର୍ସକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ । ଦେଶରେ 5400 ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ ବେଡ ନିର୍ମାଣ କରାଯାଉ ।
ସରକାରୀ ସୂତ୍ରରୁ ପ୍ରକାଶ, ଗୃହମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(CRPF), ସୀମା ସୁରକ୍ଷା ବଳ(BSF), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF), ଭାରତ-ତିବ୍ଦତୀୟ ସୀମା ପୋଲିସ(ଆଇଟିବିପି), ସଶାଷ୍ଟ୍ର ସୀମା ବଳ(SSB),ଜାତୀୟ ସୁରକ୍ଷା ଗାର୍ଡ(NSG)କୁ 75ଟି ଆଇସୋଲେସନ ୱାର୍ଡ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମା ଅଞ୍ଚଳରେ 37ଟି ସ୍ଥାନରେ କ୍ବାରେଣ୍ଟାଇନ ସୁବିଧା ସୃଷ୍ଟି କରିବାକୁ ଏମଏଚଏ ଓ ସିଏପିଏଫ ନିର୍ଦ୍ଦେଶ ରହିଛି ।