ଓଡିଶା

odisha

By

Published : Jul 8, 2020, 12:22 PM IST

ETV Bharat / bharat

ଆମ୍ବେଦକରଙ୍କ ଘର ଭଙ୍ଗାରୁଜା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ଡଃ ବାବାସାହେବ ଆମ୍ବେଦକରଙ୍କ ଘର ରାଜଗୃହକୁ ଭଙ୍ଗାରୁଜା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା।

ଆମ୍ବେଦକରଙ୍କ ଗୃହକୁ ଆକ୍ରମଣ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ
ଆମ୍ବେଦକରଙ୍କ ଗୃହକୁ ଆକ୍ରମଣ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ପୁଣେ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ଡଃ ବାବାସାହେବ ଆମ୍ବେଦକରଙ୍କ ଘର ରାଜଗୃହକୁ ଭଙ୍ଗାରୁଜା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ତେବେ କିଛି ​​ ଦୁର୍ବୃତ୍ତ ଘର ବାହାରେ ଥିବା ଫୁଲକୁଣ୍ଡକୁ ଭଙ୍ଗାରୁଜା କରିଥିଲେ ଏବଂ ଲ୍ୟାଣ୍ଡମାର୍କରେ ଥିବା ସିସିଟିଭି କ୍ୟାମେରାକୁ ନଷ୍ଟ କରିଦେଇଥିଲେ।

ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଅପରାଧୀମାନେ ରାତି ପ୍ରାୟ 6 ଟାରେ ତିନି ମହଲା କୋଠା ଭିତରକୁ ପ୍ରବେଶ କରି ଘର ଭିତରେ ସାମାନ୍ୟ କ୍ଷତି ଘଟାଇଥିଲେ। ବିଲ୍ଡିଂର ତଦାରଖକାରୀମାନେ ଏନେଇ ଆନୁଷ୍ଠାନିକ ଅଭିଯୋଗ କରିନାହାଁନ୍ତି। କୋଭିଡ୍ 19 ତାଲାବନ୍ଦକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଦର୍ଶନ ପାଇଁ ରାଜଗୃହର ସଂଗ୍ରହାଳୟ ସାମୟିକ ଭାବରେ ବନ୍ଦ ହୋଇଯାଇଛି।

ଦେଶମୁଖ ଏକ ଟ୍ୱିଟ୍‌ରେ କହିଛନ୍ତି, " ଡଃ ଆମ୍ବେଦକରଙ୍କ ବାସଭବନ 'ରାଜଗୃହକୁ' ଆଜି କିଛି ଅଜ୍ଞାତ ବ୍ୟକ୍ତିଙ୍କ ଆକ୍ରମଣ ଏକ ବିରୋଧ ଓ ନିନ୍ଦନୀୟ ଘଟଣା। ପୋଲିସ ତୁରନ୍ତ ଘଟଣାର ତଦନ୍ତ କରୁଛି ଏବଂ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ଏଥିରେ ଆମ୍ବେଦକରଙ୍କ ପରିବାର ସଦସ୍ୟ ଶାନ୍ତି ପାଇଁ ନିବେଦନ କରିଛନ୍ତି । ଭଞ୍ଚିତ ବହୁଜନ ଅଗାଡି (ଭିବିଏ) ନେତା ପ୍ରକାଶ ଆମ୍ବେଦକର, ଯିଏକି ଡଃ ଆମ୍ବେଦକରଙ୍କ ନାତି, ସୋସିଆଲ ମିଡିଆକୁ ଯାଇ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ।

ତେବେ ଏହି ଘଟଣାକୁ ନେଇ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ସାବଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହା ଆମ୍ବେଦକରଙ୍କ ଘର ଉପରକୁ ଆକ୍ରମଣ ନୁହେଁ ବରଂ ସମ୍ବିଧାନ ଉପରକୁ ଓ ଦଳିତଙ୍କ ପରିଚୟ ଉପରେ ଆକ୍ରମଣ ବୋଲି କହିଛନ୍ତି ।

ABOUT THE AUTHOR

...view details