ଓଡିଶା

odisha

ETV Bharat / bharat

ବିଜ୍ଞାପନକୁ ନେଇ ଦିଲ୍ଲୀ ସରକାର ଓ ସିକିମ୍ ସରକାରଙ୍କ ମଧ୍ୟରେ ବିବାଦ - ବିଜ୍ଞାପନ

କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ସରକାରଙ୍କ ଖବରକାଗଜରେ ପ୍ରକାଶିତ ଏକ ବିଜ୍ଞାପନକୁ ନେଇ ହଟଗୋଳ ସୃଷ୍ଟି ହୋଇଛି । ଯାହାକୁ ନେଇ ସିକିମ୍ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

dverisement
ବିଜ୍ଞାପନକୁ ନେଇ ଦିଲ୍ଲୀ ସରକାର ଓ ସିକିମ୍ ସରକାରଙ୍କ ମଧ୍ୟରେ ବିବାଦ

By

Published : May 24, 2020, 8:48 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ସରକାରଙ୍କ ଖବରକାଗଜରେ ପ୍ରକାଶିତ ଏକ ବିଜ୍ଞାପନକୁ ନେଇ ହଟଗୋଳ ସୃଷ୍ଟି ହୋଇଛି । ଯାହାକୁ ନେଇ ସିକିମ୍ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ,ଦିଲ୍ଲୀ ସରକାରଙ୍କ ତରଫରୁ ସିଭିଲ ଡିଫେନ୍ସ ସଦସ୍ୟ ନିଯୁକ୍ତି ପାଇଁ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନରେ, ଆବେଦନ ପାଇଁ ଯୋଗ୍ୟତା ସ୍ତମ୍ଭରେ ଲେଖା ଯାଇଥିଲା, ‘ଭାରତର ନାଗରିକ ନା ନେପାଳ, ଭୁଟାନ କିମ୍ବା ସିକ୍କିମର ପ୍ରଜା ଅଟ । ଏଥିରେ ନେପାଳ ଏବଂ ଭୁଟାନ ସହିତ ସିକିମକୁ ଭାରତଠାରୁ ଭିନ୍ନ ବୋଲି ଦର୍ଶାଯାଇଛି। ଏହି ବିଜ୍ଞାପନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ମଧ୍ୟ ଛପା ଯାଇଥିଲା । ଏହା ଉପରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଟ୍ୱିଟ୍ କରି କହିଛନ୍ତି ଯେ, ‘ସିକିମ୍ ହେଉଛି ଭାରତର ଏକ ଅଂଶ।’ ଏଣୁ ଦିଲ୍ଲୀ ସରକାର ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି।

ଏଥିସହ ସିକିମ୍ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଦିଲ୍ଲୀ ସରକାରଙ୍କ ମାଧ୍ୟମରେ ବିଭିନ୍ନ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ଏହି ବିଜ୍ଞାପନରେ ସିକିମ୍ ସହିତ ଭୁଟାନ ଏବଂ ନେପାଳ ଭଳି ଦେଶ ଉଲ୍ଲେଖ କରାଯାଇଛି। 1975 ମସିହାରେ ସିକିମ୍ ଭାରତର ଏକ ଅଂଶ ହୋଇଛି । ଗତ ଏକ ସପ୍ତାହ ପୂର୍ବରୁ ରାଜ୍ୟ ଦିବସ ପାଳନ କରିଥିଲା ।

ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାକୁ ନେଇ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ସିକିମ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏପରି ତ୍ରୁଟିକୁ ସହ୍ୟ କରାଯିବ ନାହିଁ । ବିଜ୍ଞାପନ ପ୍ରତ୍ୟାହାର କରାଯାଇଛି ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଟ୍ବିଟ କରି ଟୌଧୁରୀ କହିଛନ୍ତି ଯେ, ‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଚାର କରିବାରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେ ସିକିମ ଭାରତର ଅଂଶ ନା ଭାରତ ବାହାରେ ତାହା ମଧ୍ୟ ଜାଣିନାହାଁନ୍ତି। ତାଙ୍କୁ ମନେପକାଇବା ପାଇଁ କହିରଖୁଛି ଯେ, ସିକିମ ଭାରତର ଏକ ଅଂଶ ଅଟେ ।

ABOUT THE AUTHOR

...view details