ଓଡିଶା

odisha

ETV Bharat / bharat

କୋରୋନାରୁ କିପରି ଦୂରେଇ ରହିବେ ଗର୍ଭବତୀ ମହିଳା... - କୋରୋନା ନ୍ୟୁଜ

କୋରୋନା ସଂକ୍ରମିତ ଥିବା ଗର୍ଭବତୀ ମହିଳାମାନଙ୍କ ପାଇଁ ଗର୍ଭଧାରଣ ଜଟିଳ ହୋଇପାରେ ବୋଲି ଜଣେ ପ୍ରସୂତି ବିଶେଷଜ୍ଞ-ସ୍ତ୍ରୀ ରୋଗ ବିଶେଷଜ୍ଞ କହିଛନ୍ତି।

precustion pregent lady
କୋରୋନାରୁ କିପରି ଦୂରେଇ ରହିବେ ଗର୍ଭବତୀ ମହିଳା

By

Published : Apr 6, 2020, 12:42 PM IST

ହାଇଦ୍ରାବାଦ: କୋରୋନା ସଂକ୍ରମିତ ଥିବା ଗର୍ଭବତୀ ମହିଳାମାନଙ୍କ ପାଇଁ ଗର୍ଭଧାରଣ ଜଟିଳ ହୋଇପାରେ ବୋଲି ଜଣେ ପ୍ରସୂତି ବିଶେଷଜ୍ଞ-ସ୍ତ୍ରୀ ରୋଗ ବିଶେଷଜ୍ଞ କହିଛନ୍ତି।

ଏଣୁ ଯେଉଁ ଗର୍ଭବତୀ ମହିଳାମାନେ କୋରୋନା ସଂକ୍ରମିତ ଥିବା ଭାବୁଛନ୍ତି ସେମାନେ ସେମାନଙ୍କର ପ୍ରସୂତି ବିଶେଷଜ୍ଞଙ୍କୁ ଡାକିବା ସହ ସେମାନଙ୍କୁ ସେମାନଙ୍କ ସମସ୍ୟା ବିଷୟରେ ଜଣାଇବା ଉଚିତ୍। ଏହାଛଡା ଯଦି ଲକ୍ଷଣ ଗୁରୁତର ହୁଏ ତେବେ ସେମାନଙ୍କୁ ଡାକ୍ତରଖାନାରେ ଅଲଗା କରିବାକୁ ପଡିବ ବୋଲି ରୁଟଜର ରବର୍ଟ ଉଡ୍ ଜନସନ ମେଡିକାଲ ସ୍କୁଲର ପ୍ରସୂତି ବିଶେଷଜ୍ଞ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଜଷ୍ଟିନ ବାଣ୍ଡଟ କହିଛନ୍ତି।

ତେବେ ଅଧିକାଂଶ ରିପୋର୍ଟ ଅନୁଯାୟୀ, କୋରୋନା ଭାଇରସ୍ ସଂକ୍ରମିତ ମା ଠାରୁ ତାଙ୍କ ଗର୍ଭସ୍ଥ ଶିଶୁକୁ ସଂକ୍ରମିତ ହେବାର କମ୍ ଆଶଙ୍କା ରହିଛି । କିନ୍ତୁ କିଛି ପରୀକ୍ଷାରୁ ଜଣାପଡିଛି ଯେ COVID-19 ସଂକ୍ରମିତ ଥିବା ମା’ ମାନଙ୍କର କିଛି ନବଜାତ ଶିଶୁଙ୍କ ଠାରେ କୋରୋନା ଭାଇରସର ନିର୍ଦ୍ଦିଷ୍ଟ ଆଣ୍ଟିବଡି ରହିଛି ।

ତେଣୁ ଏହି ବିପଦକୁ ସ୍ପଷ୍ଟ ଏବଂ ପ୍ରମାଣ କରିବା ପାଇଁ ଆମକୁ ଅଧିକ ତଥ୍ୟ ଆବଶ୍ୟକ ରହିଛି । କିନ୍ତୁ ଜନ୍ମ ଦୋଷ, ପ୍ରାରମ୍ଭିକ ନବଜାତ ରୋଗ ଏବଂ ଅନ୍ୟାନ୍ୟ ଜଟିଳତା ସହିତ ଭୂଲମ୍ବ ସଂକ୍ରମଣ ଏବଂ ଜଡିତ ଅବସ୍ଥା ବିଷୟରେ ଚିନ୍ତା କରିବାର କାରଣ ହୋଇପାରେ ବୋଲି ବ୍ରାଣ୍ଡଟ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କୋରୋନା ସଂକ୍ରମଣ ହେବାର ଆଶଙ୍କା କମାଇବା ପାଇଁ ଗର୍ଭବତୀ ମହିଳାମାନେ ସାମାଜିକ ଦୂରତା, ଘରେ ରହିବା ଏବଂ ସର୍ବସାଧାରଣ ସମାବେଶରୁ ଦୂରେଇ ରହିବା ଉଚିତ୍। ଯଦି ଅତି ଆବଶ୍ୟକ ସ୍ଥଳେ ସେମାନେ ଘରୁ ବାହାରକୁ ଯାଉଛନ୍ତି ତେବେ ସେମାନେ ନିୟମିତ ଭାବରେ ହାତ ଧୋଇବା ଉଚିତ୍, ମୁହଁକୁ ସ୍ପର୍ଶ ନକରିବା ଉଚିତ୍, ଏବଂ ଅସୁସ୍ଥ ଥିବା ଲୋକମାନଙ୍କ ଠାରୁ ଅତି କମରେ ଛଅ ଫୁଟ ଦୂରରେ ରହିବା ଉଚିତ୍ ।

ଏଥିସହ ସେ କହିଛନ୍ତି, ଭବିଷ୍ୟତ ବାପାମାଆମାନେ କିଛି ମାସ ପର୍ଯ୍ୟନ୍ତ ଘରେ ରହିବାକୁ ପ୍ରସ୍ତୁତ ହେବା ଉଚିତ ଏବଂ ଖାଦ୍ୟ, ସାଧାରଣ ମେଡିସିନ୍, ଥର୍ମୋମିଟର ଏବଂ ଅନ୍ୟାନ୍ୟ ଘରୋଇ ଜିନିଷ ଯେପରିକି ସାବୁନ, ଟଏଲେଟ ପେପର ଏବଂ ୱାଶିଂ ଡିଟରଜେଣ୍ଟରେ ନିଜ ପାଖରେ ରଖିବା ଉଚିତ।

ଅନ୍ୟପକ୍ଷରେ ସମଗ୍ର ବିଶ୍ବରେ କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ମଧ୍ୟରେ 1 ମିଲିୟନରେ ପହଞ୍ଚିଛି । ଏଥିସହ ଗତ ଶୁକ୍ରବାର ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 6,200 ରେ ପହଁଞ୍ଚିଛି । ଏଣୁ ଆମେରିକୀୟ ମାନଙ୍କୁ କୋରୋନା କବଳରୁ ରକ୍ଷା ପାଇବା ପାଇଁ ମୁହଁରେ ମାସ୍କ ବ୍ୟବହାର କରିବାକୁ ଟ୍ରମ୍ପ ପ୍ରଶାସନ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details