ନୂଆଦିଲ୍ଲୀ: ମହାମାରୀ କୋରୋନା ଏବେ ସମଗ୍ର ବିଶ୍ବରେ ଦାଉ ସାଜୁଥିବା ବେଳେ ପୁଣି ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ଶୁକ୍ରବାର ରାତିରେ ଆମ୍ବୁଲାନ୍ସରେ ଜଣେ 30 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି, ଯିଏ 8ମାସ ଗର୍ଭବତୀ ଥିଲେ । ମୃତକଙ୍କ ଗାଜିଆବାଦର ଖୋଡା ଗାଁର ବାସିନ୍ଦା ବୋଲି ଜଣାପଡିଛି।
କୋଭିଡ୍ ଲକ୍ଷଣ ଥିବା ଗର୍ଭବତୀଙ୍କୁ ହସ୍ପିଟାଲରେ କଲେନି ଭର୍ତ୍ତି, ଆମ୍ବୁଲାନ୍ସରେ ହେଲା ମୃତ୍ୟୁ - dies in ambulance
ଆମ୍ବୁଲାନ୍ସରେ ଜଣେ 30 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି, ଯିଏ 8ମାସ ଗର୍ଭବତୀ ଥିଲେ । ମହିଳାଙ୍କ ପାଖରେ କୋରୋନା ଲକ୍ଷଣ ଥିବାରୁ ପ୍ରତ୍ୟେକ ଡାକ୍ତରଖାନା ଶଯ୍ୟା ଅଭାବ କହି ତାଙ୍କ ଆଡମିଶନକୁ ଅସ୍ୱୀକାର କରଦେଇଥିଲେ । ଫଳରେ ଦୀର୍ଘ 13 ଘଣ୍ଟାର ଯାତ୍ରା ପରେ ଆମ୍ବୁଲାନ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ମହିଳା । ଅଧିକ ପଢନ୍ତୁ...
![କୋଭିଡ୍ ଲକ୍ଷଣ ଥିବା ଗର୍ଭବତୀଙ୍କୁ ହସ୍ପିଟାଲରେ କଲେନି ଭର୍ତ୍ତି, ଆମ୍ବୁଲାନ୍ସରେ ହେଲା ମୃତ୍ୟୁ କୋଭିଡ୍ ଲକ୍ଷଣ ଥିବା ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ କଲେନି ଭର୍ତ୍ତି, ଆମ୍ବୁଲାନ୍ସରେ ହେଲା ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-09:48-111-0706newsroom-1591503415-79.jpg)
ଖବର ଅନୁଯାୟୀ, ମହିଳାଙ୍କ ପରିବାର ସଦସ୍ୟ ଗର୍ଭଧାରଣର ଅଷ୍ଟମ ମାସରେ ଆଡମିଶନ ପାଇଁ ଡାକ୍ତରଖାନା ପରିଦର୍ଶନ କରିଥିଲେ। ମାତ୍ର ମହିଳାଙ୍କ ପାଖରେ କୋରୋନା ଲକ୍ଷଣ ଥିବାରୁ ପ୍ରତ୍ୟେକ ଡାକ୍ତରଖାନା ଶଯ୍ୟା ଅଭାବ କହି ତାଙ୍କ ଆଡମିଶନକୁ ଅସ୍ୱୀକାର କରିଦେଇଥିଲେ । ଫଳରେ ଦୀର୍ଘ 13 ଘଣ୍ଟା ଧରି ମହିଳା ଏବଂ ତାଙ୍କ ପରିବାର ଲୋକେ ବୁଲାବୁଲି କରିବା ପରେ ମଝିରାସ୍ତାରେ ହିଁ ମହିଳା ଜଣକ ତାଙ୍କ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସମ୍ପର୍କୀୟମାନେ କହିଛନ୍ତି ଯେ, ଗର୍ଭବତୀ ମହିଳା ଶୁକ୍ରବାର ସକାଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଆମେ ତାଙ୍କୁ ନୋଏଡାର ଏକ ଡାକ୍ତରଖାନାକୁ ସକାଳ ପ୍ରାୟ 6 ଟାରେ ନେଇଥିଲୁ ଯେଉଁଠାରେ ତାଙ୍କୁ ଆଡମିଶନ କରାଯାଇ ନଥିଲା ଏବଂ ଗାଜିଆବାଦ ଯିବାକୁ କୁହାଯାଇଥିଲା।
ଶନିବାର ଦିନ ଏହି ଘଟଣା ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁହାସ୍ ଏଲ୍ ୱାଇ ତୁରନ୍ତ ଏ ଦିଗରେ ତଦନ୍ତ କରିବାକୁ ଏଡିଏମ୍ ମୁନିନ୍ଦ୍ର ନାଥ ଉପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଘଟଣା ଉପରେ ତଦନ୍ତ ଚାଲିଛି ଏବଂ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଘଟଣା ପୁନରାବୃତ୍ତି ନହେବାକୁ ଗୌତମ ବୁଦ୍ଧ ନଗର ସିଏମଓ ନିଶ୍ଚିତ କରିଛନ୍ତି ।