ଓଡିଶା

odisha

ETV Bharat / bharat

ମାମଲା ରୁଜୁ ପାଇଁ ଥାନାରେ 2 ଘଣ୍ଟା ସଂଘର୍ଷ କଲେ ଗର୍ଭବତୀ ମହିଳା

ଘରୋଇ ହିଂସାର ଶିକାର ହୋଇ ଅଭିଯୋଗ ନେଇ ଥାନାକୁ ଗଲେ ଗର୍ଭବତୀ ମହିଳା। ଦୀର୍ଘ ଦୁଇ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହେବା ପରେ ଅଭିଯୋଗ ଗ୍ରହଣ କଲା ପୋଲିସ ।

ଅଭିଯୋଗ ରଖିବାକୁ ଯାଇ ଥାନାରେ ଗର୍ଭବତୀଙ୍କ ସଂଘର୍ଷ
ଅଭିଯୋଗ ରଖିବାକୁ ଯାଇ ଥାନାରେ ଗର୍ଭବତୀଙ୍କ ସଂଘର୍ଷ

By

Published : Oct 4, 2020, 2:20 PM IST

ଭୋପାଳ: ପୋଲିସ ଷ୍ଟେସନରେ ଅଭିଯୋଗ ରଖିବାକୁ ଦୀର୍ଘ ଦୁଇ ଘଣ୍ଟା ଧରି ଗର୍ଭବତୀଙ୍କ ସଂଘର୍ଷ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭୋପାଳର ତିଲା ଜମାଲପୁର ପୋଲିସ ଷ୍ଟେସନରେ । । ଯେଉଁଠି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ନାଗରିକଙ୍କ ଦୁଃଖ ଯଥାଶୀଘ୍ର ଗ୍ରହଣ କରିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ, ତାହାର ମାତ୍ର ଗୋଟିଏ ଦିନ ପରେ ଜଣେ ଗର୍ଭବତୀ ମହିଳା ଅଭିଯୋଗ କରିବାକୁ ଯାଇ ପୋଲିସ ଷ୍ଟେସନରେ ଦୁଇ ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଜଣେ 20 ବର୍ଷୀୟ ମହିଳା ତାଙ୍କ ସ୍ବାମୀଙ୍କ ଦ୍ବାରା ଘରୋଇ ହିଂସାର ଶିକାର ହୋଇ ତିଲା ଜମାଲପୁର ପୋଲିସ ଷ୍ଟେସନକୁ ଅଭିଯୋଗ କରିବାକୁ ଯାଇଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ସେ ଯନ୍ତ୍ରଣାରେ ଅପେକ୍ଷା କରିବା ପରେ ରବିବାର ସକାଳ 4 ଟାରେ ଅଭିଯୋଗ ଗ୍ରହଣ କରାଯାଇଥିଲା ।

ସଂପୃକ୍ତ ମହିଳାଙ୍କ କହିବା ଅନୁୟାୟୀ, ତାଙ୍କ ସ୍ବାମୀ ତାଙ୍କୁ ମାଡ ମାରିଥିଲେ । ଏନେଇ ସେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନ ଯାଇଥିଲେ । ହେଲେ ତାଙ୍କୁ ଆପୋଷ ସମାଧାନ କରିବା ସହ ସକାଳେ ଆସିବାକୁ କହି ପୋଲିସ ଫେରାଇ ଦେଇଥିଲା । ଏହାପରେ ସେ ନିଜେ କଳହର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତଥାପି କିଛି ଠିକ ହୋଇ ନଥିଲା । ବଦଳରେ ଝଗଡା ମଧ୍ୟରେ ପରିବାର କେହି ଜଣେ ତାଙ୍କ ପେଟକୁ ଆଘାତ ଦେଇଥିଲେ । ଏହାପରେ ସେ ପୁଣି ପୋଲିସ ଷ୍ଟେସନକୁ ଯାଇଥିଲେ । ସେଠାରେ ସେ ଦୁଇ ଘଣ୍ଟା ଯନ୍ତ୍ରଣାରେ ଅପେକ୍ଷା କରିବା ପରେ ପୋଲିସ ସକାଳ 4 ଟାରେ ଅଭିଯୋଗ ଗ୍ରହଣ କରିଥିଲା ।

ହେଲେ ଘଟଣାରେ ପୋଲିସ କିଛି ଭିନ୍ନ କଥା କହିଛି । ତିଲା ଜମାଲପୁର ପୋଲିସ ଷ୍ଟେସନ ଇନଚାର୍ଜ ଅଜିତା ନାଏର ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସେ ଶନିବାର ରାତି 10:30 ଯାଏଁ ଥାନାରେ ଥିଲେ ଏବଂ ଏଭଳି କିଛି ଘଟଣା ତାଙ୍କ ନଜରକୁ ଆସିନାହିଁ । ଦୁଇ ଦିନ ପୂର୍ବରୁ ସଂପୃକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଘଟଣାର ସମାଧାନ ପାଇଁ ଥାନାକୁ ଡକାଯାଇଥିଲା । ଉଭୟ ଦମ୍ପତି ଆପୋଷ ସମାଧାନ କରିବା ସହିତ ଏକାଠି ରହିବାକୁ ରାଜି ହୋଇଥିଲେ । ପରେ ମହିଳା ଜଣକ ପୁର୍ନବାର ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗ ଗ୍ରହଣ କରିଥିଲା । ତେବେ ଅଭିଯୁକ୍ତ ସ୍ବାମୀଙ୍କ ନାମରେ ଘରୋଇ ହିଂସା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details