ଓଡିଶା

odisha

ETV Bharat / bharat

ଗର୍ଭିଣୀ ହାତୀ ହତ୍ୟା ଘଟଣା, ଅପରାଧୀକୁ ଧରାଇଲେ ମିଳିବ ଲକ୍ଷେ ପୁରସ୍କାର

କେରଳର ମାଲାପୁରାମ ଜିଲ୍ଲାରେ ଗର୍ଭିଣୀ ହାତୀ ହତ୍ୟା ଘଟଣା । ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ୱାଇଲ୍ଡ ଲାଇଫ୍ SOS । ଅଧିକ ପଢନ୍ତୁ...

ଗର୍ଭହତୀ ହାତୀ ହତ୍ୟା ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା
ଗର୍ଭହତୀ ହାତୀ ହତ୍ୟା ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା

By

Published : Jun 4, 2020, 5:33 PM IST

ଥିରୁଅନନ୍ତପୁରମ: ମଣିଷ ମାରିଦେଲା ମଣିଷପଣିଆ । ମଣିଷର ସୈତାନୀ ଗୁଣକୁ ଜାଣିପାରିଲାନି ଗର୍ଭିଣୀ ହାତୀ । ନୃସଂଶତାର ସବୁସୀମା ଟପି ନିଜ ହାତରେ ବାଣ ଭର୍ତ୍ତି ସପୁରୀ ଫଳକୁ ହାତୀକୁ ଖୁଆଇଦେଲା । ବିଶ୍ବାସରେ ଖାଇଥିବା ଫଳ ଗର୍ଭିଣୀ ହାତୀକୁ ସବୁଦିନ ପାଇଁ ଶୁଆଇ ଦେଲା । କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି ଏଭଳି ବର୍ବର କାଣ୍ଡ । ଏଭଳି ଅପରାଧ ଉପରେ ପ୍ରତିବନ୍ଧକ ଲଗାଇବାକୁ ୱାଇଲ୍ଡ ଲାଇଫ୍ SOS ଦାବି କରିଛି । ଏହା ସହ ଅପରାଧୀଙ୍କୁ ଧରାଇଲେ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଛି ।

ଗର୍ଭହତୀ ହାତୀ ହତ୍ୟା ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା

କେରଳର ରାଜ୍ୟ ବନ ବିଭାଗ ହାତୀ ହତ୍ୟା ମାମଲାର ତଦନ୍ତ କରୁଛି । ୱାଇଲ୍ଡ ଲାଇଫ୍ SOS ର ଟିମ୍ ମୁଖ୍ୟ, ୱାଇଲ୍ଡ ମୁଖ୍ୟ ୱାର୍ଡେନଙ୍କ ସହିତ ଯୋଗାଯୋଗରେ ରହିଛନ୍ତି । ଏହି ଘଟଣାରେ ଜଙ୍ଗଲ ବିଭାଗକୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପୁରସ୍କାର ୱାଇଲ୍ଡ ଲାଇଫ୍ SOS ପ୍ରଦାନ କରିବ | ଗର୍ଭିଣୀ ହାତୀର ମୃତ୍ୟୁରେ ଅନ୍ତର୍ଜାତୀୟ ମାନବ ସମାଜ (HSI) ଇଣ୍ଡିଆ ମଧ୍ୟ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ 50,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି । ଏଭଳି ଯନ୍ତ୍ରଣାଦାୟକ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ନିନ୍ଦା କରିଛି ୱାଇଲ୍ଡ ଲାଇଫ୍ SOS ।

ABOUT THE AUTHOR

...view details